ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ତ୍ରିଦିବସୀୟ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦିବ୍ୟ ଦର୍ଶନ ପାଳିତ

ଭଞ୍ଜନଗର (ଆଶିଷ କୁମାର ଗୌଡ଼) : ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଭଞ୍ଜନଗର ସ୍ଥିତ ନିଳାଦ୍ରୀ ବିହାର ଉପସେବା କେନ୍ଦ୍ରଠାରେ ତ୍ରିଦିବସୀୟ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦିବ୍ୟ ଦର୍ଶନ ମେଳାର ତୃତୀୟ ଦିବସ ବହୁ ଆଡ଼ମ୍ବରେ ପାଳନ ହୋଇଯାଇଛି । ୮୭ତମ ଶିବ ଜୟନ୍ତୀ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶଶି ଭୂଷଣ ମହାପାତ୍ରଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ, ଶିବ ଧ୍ବଜା ଉତ୍ତୋଳନ ସହ କେକ୍ କଟିଙ୍ଗ କାର୍ଯ୍ୟକ୍ରମ ସଂପାଦନା କରି ଏକ ଶାନ୍ତି ସନ୍ଦେଶ ଶୋଭା ଯାତ୍ରା ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ବାମୀ ସ୍ବରୁପାନନ୍ଦ ସରସ୍ବତୀ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ମାନବ ସମାଜ ପାଇଁ ଆତ୍ମଜ୍ଞାନର ଶିକ୍ଷା ନିତାନ୍ତ ଆବଶ୍ୟକ ବୋଲି ମତାମତ ରଖିଥିଲେ । ଭଞ୍ଜନଗର ଅଞ୍ଚଳର ୨୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଭାଇମାନଙ୍କୁ ଉପଢ଼ୌକନ, ଉପହାର ମାଧ୍ୟମରେ ସସମ୍ମାନେ ସମ୍ବର୍ଦ୍ଧିତ କରାଯିବା ସହିତ ସମୂହ ଶିବଧ୍ବଜା ଉଡାଇଥିଲେ। ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ପରମାତ୍ମାଙ୍କ ପରିଚୟ ଓ ଈଶ୍ବରୀୟ ବରଦାନ ପ୍ରାପ୍ତିର ଆଧାର ରାଜଯୋଗ ବୋଲି ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ନିରୁ, ଅଲିଭା,ଅନିତା, ପ୍ରାପ୍ତି ଭଉଣୀ ଏବଂ ବ୍ରହ୍ମାକୁମାର ଅକ୍ଷୟ, ବୈକୁଣ୍ଠ ଭାଇଙ୍କ ସମେତ ଅନ୍ୟ ବିଦ୍ୟାର୍ଥୀ ଭାଇଭଉଣୀଙ୍କ ପୂର୍ଣ୍ଣ ସହଯୋଗରେ ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟକ୍ରମ ସଂପାଦନା କରିଥିଲେ । କୁନି କୁନି ଭାଇଭଉଣୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ଓ ମନୋରଞ୍ଜନପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି l

Leave A Reply

Your email address will not be published.