ଧରାପଡିଲା ଭଣ୍ଡ ବାବା, ଟାର୍ଗେଟରେ ଥିଲେ ନିଃସନ୍ତାନ ଦମ୍ପତ୍ତି

ଭଣ୍ଡ ବାବାଙ୍କ ଶିକାର ରେ ନିଃସନ୍ତାନ ଦମ୍ପତ୍ତି ।ଟୁଇନ୍-ସିଟିର ଏକାଧିକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ର ଠକେଇ । ସନ୍ତାନ କରେଇବା ଦେବା ନାଁ ରେ କଟକ ର ଏକ ଦମ୍ପତି ଙ୍କ ଠାରୁ ୩ଲକ୍ଷ ୯୦ ହଜାର ଟଙ୍କାର ଠକେଇ କରିବା ପରେ ବାଦାମବାଡ଼ି ଥାନରେ ଅଭିଯୋଗ । ଅଭିଯୋଗ ଆଧାରରେ ଭଣ୍ଡ ବାବା କୁ ଗିରଫ କଲା ବାଦାମବାଡ଼ି ପୋଲିସ ।

ଯାଜପୁର ଜିଲ୍ଲା ଧରମଶାଳା ଅନ୍ତର୍ଗତ କେତ୍ରପାଳ ଗାଁ ର ସିଦ୍ଧେଶ୍ବର ସାମନ୍ତରୟ ବିଭିନ୍ନ ସହର ମାନଙ୍କରେ ବୁଲି ଅନ୍ଧବିଶ୍ୱାସ ର ଭରଷା ଦେଇ ଲୁଟିଛି ଲକ୍ଷ ଲକ୍ଷ ଟଙ୍କା । ବିଶେଷ କରି ନିଃସନ୍ତାନ ଥିବା ଦମ୍ପତ୍ତି ମାନଙ୍କୁ ଟାର୍ଗେଟ କରି ପୂଜା ପାଠ ଓ କବିରାଜି ଔଷଧ ବାହାନାରେ ମୋଟା ଅଙ୍କର ଅର୍ଥ ଝାଡ଼ୁଥିଲେ । ଖାଲି ସେତିକି ନୁହେଁ ଅସାଧ୍ୟ ରୋଗ ଯଥା କର୍କଟ ଓ କିଡନୀ ଭଳି ରୋଗକୁ ଝାଡ଼ା ଫୁଙ୍କା ତଥା ତନ୍ତ୍ର ମନ୍ତ୍ର ଦ୍ଵାରା ଭଲ କରି ଦବାର ପ୍ରଲୋଭନ ଦେଖାଇ ଲୁଟି ଚାଲିଥିଲା ଲଖାଧିକ ଟଙ୍କା । କେବଳ କଟକ ସହର ନୁହେଁ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କ ରେ ନିଜର ଏହିଭଳି ବ୍ୟବସାୟ ଚଳାଇଥିଲା ଭଣ୍ଡ ବାବା । ସେହିଭଳି ଭାବରେ କଟକ ଝାଞ୍ଜିରମଙ୍ଗଳା ଅଞ୍ଚଳର ସଂଗ୍ରାମ ଦାସଙ୍କ ଠାରୁ ସନ୍ତାନ କରେଇ ଦେବା ନାଁ ରେ ତିନି ଲକ୍ଷ ନବେ ହଜାର ଟଙ୍କା ଲୁଟିଥିଲା । ପ୍ରଥମେ ଅଭିଯୋଗକାରୀ ଭଣ୍ଡ ବାବା ର ଅନ୍ଧବିଶ୍ୱାସ ରେ ଭାସି ଯାଇଥିଲେ ସତ ହେଲେ ଯେତେବେଳ ସତ୍ୟା ସତ୍ୟତା ବିଷୟରେ ଜାଣିବାକୁ ପାଇଥିଲେ ସେତେବେଳେ ତୁରନ୍ତ ଥାନାର ଦ୍ବାରସ୍ଥ ହେଇଥିଲେ ।

ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଥିଲା ବାଦାମବାଡ଼ି ଥାନା ପୋଲିସ । ଆଇଆଇସିଙ୍କ ତତ୍ତ୍ଵାବଧାନରେ ଏକ ସ୍ବତନ୍ତ୍ର ଟିମ ପ୍ରସ୍ତୁତ କରି ଭଣ୍ଡବାବା କୁ ଧରିବା ପାଇଁ ବାହାରିଥିଲା ପୋଲିସ । ଏହାପରେ ବାଲେଶ୍ଵର ସହର ର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଶେଷରେ ଗିରଫ କରି କଟକ ଆଣିଥିଲା ବାଦାମବାଡ଼ି ଥାନା ପୋଲିସ । ଏହାସହ ଯେତେବେଳ ପୋଲିସ ଏ ଘଟଣା ସମ୍ପର୍କ ରେ ପଚରା ଉଚରା କରିଥିଲା ସେ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭଣ୍ଡ ବାବା ସମ୍ପର୍କ ରେ ମିଳିଥିଲା । ଯେଉଁ ଲୋକମାନଙ୍କୁ ଅନ୍ଧବିଶ୍ୱାସର ଦ୍ୱାହି ଦେଇ ଲୁଟୁଥିଲା ସେତେବେଳେ ଯଦି କେହି ବାବାଙ୍କ ସମ୍ପର୍କରେ ମୁଁହ ଖୋଲୁଥିଲା ତାକୁ ମାରିଦେବାର ଧମକ ଦେଉଥିଲା ଏହି ଭଣ୍ଡ ବାବା । ଅନ୍ୟପଟେ ନିଜକୁ ନିର୍ଦ୍ଦୋଷ କହିବା ସହ ତାକୁ ଫସେଇ ଦିଆ ଯାଇଥିବା କଥା କହିଛି ଭଣ୍ଡ ବାବା ।

Leave A Reply

Your email address will not be published.