ମୁମ୍ୱାଇ: ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା ହୋଇଛି। ଗତ କାଲି ମୁମ୍ବାଇରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ରଣବୀର ଓ ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ମିଳିଛି। ଆଲିଆ ଭଟ୍ଟଙ୍କୁ ‘ଗଙ୍ଗୁବାଇ କାଠିଆଓ୍ୱାଡି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଓ ରଣବୀର କପୁରଙ୍କୁ ବ୍ରହ୍ମାସ୍ତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଛି।
ସେହିଭଳି ଚର୍ଚ୍ଚିତ ତଥା ବାବଦୀୟ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ବି ଦାଦାସାହେବ ଫାଲକେ ସମ୍ମାନ ମିଳିଛି। ଏଥିସହ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’କୁ ଫିଲ୍ମ ଅଫ୍ ଦି ଇୟର ପୁରସ୍କାର ମିଳିଛି। ଅନ୍ୟପଟେ ଅନୁପମ ଖେର, ରେଖା, ବରୁଣ ଧୱନ, ଋଷବ ସେଟ୍ଟୀଙ୍କୁ ମଧ୍ୟ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଛି।