ସକାଳୁ ସକାଳୁ ଦେଶର ପ୍ରାୟ ୭୨ଟି ସ୍ଥାନରେ ଏନ୍‌ଆଇଏର ଚଢ଼ଉ, ଆତଙ୍କବାଦୀ ସଂପୃକ୍ତି ସନ୍ଦେହ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଦଳ (ଏନ୍‌ଆଇଏ) ମଙ୍ଗଳବାର ସକାଳୁ ଦେଶର ପ୍ରାୟ ୭୨ଟି ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ାଉ ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ବିଭିନ୍ନ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ଠିକଣାରେ କରାଯାଇଛି। ଏନ୍‌ଆଇଏ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିଆଣା ଏବଂ ଦିଲ୍ଲୀରେ ଏହି ଚଢ଼ାଉ କରିଛି।

ୟୁପିର ପିଲ୍‌ଭିଟ୍‌ ଏନ୍‌ଆଇଏ କର୍ମଚାରୀମାନେ ଜଣେ ଅସ୍ତ୍ର ଯୋଗାଣକାରୀଙ୍କ ଘରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ତାଙ୍କ ଘରୁ ପାକିସ୍ତାନରୁ ଆସିଥିବା ଅସ୍ତ୍ର ଜବତ ହୋଇଥିବା ଜଣାଯାଇଛି।

ପୂର୍ବରୁ ଗ୍ୟାଙ୍ଗ୍‌ଷ୍ଟର୍‌ ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗ୍‌ର କିଛି ସଦସ୍ୟଙ୍କୁ ପଚରାଉଚରା କରି ଯେଉଁ ତଥ୍ୟ ସଂଗ୍ରହ ହୋଇଥିଲା, ସେ ଆଧାରରେ ଏହି ଚଢ଼ାଉ ହେଉଥିବା ଜଣାଯାଇଛି।

ପ୍ରକାଶ ଯୋଗ୍ୟ ଯେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ସହ ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କ ସଂପୃକ୍ତି ସଂପର୍କରେ ସୂଚନା ପାଇବା ପରେ ଜାତୀୟ ତଦନ୍ତକାରୀ ଦଳ ଆଜିକୁ ମିଶାଇ ୪ ଥର ଚଢ଼ାଉ କରି ସାରିଲାଣି। ବେଆଇନ୍‌ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଅନେକ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ବି ବନ୍ଧା ଯାଇଛି।

Leave A Reply

Your email address will not be published.