ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା, ହବକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଇବା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ପରୀକ୍ଷା ସେଣ୍ଟରର ହବକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଷ୍ଟ୍ରଙ୍ଗରୁମ୍‌ରେ ସିଲ ହୋଇଥିବା ପରୀକ୍ଷା ଖାତା ଓ ପ୍ରଶ୍ନପତ୍ର ରହିବ।

ସଠିକ ପରିଚାଳନା ଲାଗି ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି ହୋଇଛି। ୧୧୪୫ ପରୀକ୍ଷା କେନ୍ଦ୍ରକୁ ୨୦୨ ହବ୍ ପରିଚାଳନା କରିବେ। ଏଥିସହ କଲେଜମାନଙ୍କୁ ଷ୍ଟ୍ରଙ୍ଗ୍ ରୁମ୍ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ ସିସିଟିଭି ନିରୀକ୍ଷଣରେ ରଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଯୁକ୍ତ ଦୁଇ ଛାତ୍ରୀଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଛି। ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଖାତା ଗତ ୧୩ ତାରିଖରୁ ୧୭ ତାରିଖ ମଧ୍ୟରେ କଲେଜ କର୍ତ୍ତୃପକ୍ଷ ପରିଷଦ କାର୍ଯ୍ୟାଳୟକୁ ପଠାଇଛନ୍ତି।

Leave A Reply

Your email address will not be published.