ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା: ଏଥରକ ଆଇପିଏଲ ଖେଳିବେନି ଦ୍ରୁତ ବୋଲର ଯଶପ୍ରୀତ ବୁମରା

ମୁମ୍ବାଇ: ଆସନ୍ତା ୩୧ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍। ଏଥିପାଇଁ ସବୁ ଟିମ୍ ଏବେ ଠାରୁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଇତି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପାଇଁ ଏକ ଖରାପ ଖବର ଆସିଛି।

ସୂଚନା ମୁତାବକ, ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରା ଆହତ ହୋଇଥିବାରୁ ଏଥରକ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଖେଳିନପାରନ୍ତି।

୨୯ ବର୍ଷୀୟ ଏହି ଦ୍ରୁତ ବୋଲର ଲଗାତର ନିଜ ପିଠି ଯନ୍ତ୍ରଣାକୁ ନେଇ ଅସୁବିଧାରେ ଅଛନ୍ତି। ଗତ ସେପ୍ଟେମ୍ବର ମାସରେ ସେ ଏହି କାରଣରୁ ଅନେକ ଇଣ୍ଟରନ୍ୟାସନାଲ ମ୍ୟାଚ୍ ବି ଖେଳିପାରିନଥିଲେ। ଏଣୁ ଏବେ ସେ ନିଜ ପିଠିରେ ସର୍ଜରୀ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ତେଣୁ ସେ ଆଇପିଏଲ୍ ୨୦୨୩ରୁ ବାଦ୍ ପଡିପାରନ୍ତି ବୋଲି କୁହାଯାଉଛି।

ତେବେ କେବଳ ବୁମରା ନୁହଁନ୍ତି, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମଧ୍ୟ ଏଥରକ ଆଇପିଏଲଠାରୁ ଦୂରେଇ ପାରନ୍ତି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.