ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଦ ନୀତି ଦୁର୍ନୀତିରେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ ସର୍ବୋଚ୍ଚ କୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ତାଙ୍କ ପିଟିସନକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ ଗ୍ରହଣ କରିଛନ୍ତି ।

ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ମାମଲା ଲଢୁଛନ୍ତି। ତାଙ୍କ ମାମଲାର ତ୍ୱରିତ ଶୁଣାଣି କରିବାକୁ ସେ ଆବେଦନ କରିଥିଲେ। ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୪ ତାରିଖ ଯାଏ ସିସୋଦିଆ ସିବିଆଇ ରିମାଣ୍ଡରେ ରହିଛନ୍ତି। ତାଙ୍କୁ ଜେରା କରାଯାଉଛି ବୋଲି ଜଣାଯାଇଛି।

Leave A Reply

Your email address will not be published.