ଚୀନ ସହ ଲଢ଼ିବାକୁ ଭାରତ ଏକଦମ୍ ଠିକ: ଆମେରିକା

ନୂଆଦିଲ୍ଲୀ: ଚୀନ୍‌ ବିପକ୍ଷରେ ଆମେରିକା ଯେପରି ସୌଦାଗର ଚାହୁଁଛି ଭାରତ ସେଥିପାଇଁ ଏକଦମ୍‌ ଠିକ୍‌। ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକାର ବରିଷ୍ଠ ସିନେଟର ଚକ ଶୁମର। ଶୁମର କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛି ଯେ ଏହି ଶତାବ୍ଦୀରେ ଯଦି ଆମକୁ ଗଣତାନ୍ତ୍ରିକ ରାଷ୍ଟ୍ରକୁ ସମୃଦ୍ଧ କରିବାକୁ ହେବ, ତେବେ ଆମକୁ ଏକାଠି କାମ କରିବାକୁ ପଡିବ। ଶୁମର ଦାବି କରିଛନ୍ତି କି ଚୀନ୍‌ରେ କମ୍ୟୁନିଷ୍ଟ ପାର୍ଟିର କ୍ଷମତାସୀନ ବିରୋଧରେ ବିଶ୍ୱର ଦୁଇଟି ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଏକାଠି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

ଚକ୍‌ ଶୁମର କହିଛନ୍ତି ଯେ ଆମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛୁ, ଯେଉଁଥିରେ ଚୀନ୍‌ ବିରୋଧରେ ଭାରତ ଏବଂ ଆମେରିକା ପରସ୍ପରକୁ ସମର୍ଥନ କରିବାର ଆବଶ୍ୟକତା ରହିଛି। ଭାରତ ହେଉଛି ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ଏବଂ ଏକ ଯୁବ ଦେଶ। ଏହା ଆଗାମୀ ଦିନରେ ଦ୍ରୁତ ଗତିରେ ବିକାଶ କରିବ। କେବଳ ଆମର ପ୍ରତିରକ୍ଷା ସହଯୋଗକୁ ମଜଭୁତ କରିବା ଆବଶ୍ୟକ ନୁହେଁ, ବରଂ ବାଣିଜ୍ୟରେ ଆମର ଅର୍ଥନୈତିକ ସମ୍ପର୍କ ଏବଂ ସହଯୋଗକୁ ଏକ ସମୟରେ ବଢ଼ାଇବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ ନିକଟରେ ଆମେରିକା ସିନେଟରର ଏକ ପ୍ରତିନିଧିତ୍ୱ ଦଳ ଭାରତ, ପାକିସ୍ତାନ, ଜର୍ମାନୀ ଏବଂ ଇସ୍ରାଏଲ ଗସ୍ତ କରି ଆମେରିକା ଫେରିଛନ୍ତି। ଚକ୍‌ ଶୁମର ଏହି ଦଳର ପ୍ରତିନିଧିତ୍ୱ କରିଥିଲେ।

Leave A Reply

Your email address will not be published.