ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସେମିଫାଇନାଲ୍‌ରୁ ଭାରତ ବିଦା, ଫାଇନାଲ୍‌ରେ ଅଷ୍ଟ୍ରେଲିଆ

କେପ୍‌ଟାଉନ୍‌: ପୂର୍ବଥର ଭଳି ଏଥରକ ମଧ୍ୟ ଭାରତର ବିଶ୍ବକପ୍‌ ଲକ୍ଷ୍ୟରେ ବାଧା ଦେଇଛି ଅଷ୍ଟ୍ରେଲିଆ। ଗୁରୁବାର ଖେଳାଯାଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ୫ ରନ୍‌ରେ ଭାରତକୁ ହରାଇ ସପ୍ତମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଶେଷ ପର୍ଯ୍ୟନ୍ତ ଲଢେଇ କରିଥିବା ଭାରତୀୟ ଦଳ ୧୬୭/୮ରେ ଅଟକି ଯାଇଥିଲା। ତେବେ ଏହି ମ୍ୟାଚ୍‌ରେ ଭାରତ ଏକାଧିକ କ୍ୟାଚ୍‌ ହାତଛଡ଼ା କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ୪ ୱିକେଟ୍‌ ବିନିମୟରେ ୧୭୨ ରନ୍‌ କରିଥିଲା। ଆଲିସା ହିଲି (୨୫) ଓ ବେଥ୍‌ ମୁନି ଆରମ୍ଭରୁ ଦ୍ରୁତ ଖେଳିବା ସହ ଅର୍ଦ୍ଧଶତକୀୟ (୫୨) ଭାଗୀଦାରି କରିଥିଲେ। ଆସ୍‌ଲେ ଗାର୍ଡନର ୫୩ ରନ୍‌ ଯୋଡ଼ିଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଲାନିଂ ୪୯ ରନ୍‌ କରିଥିଲେ।

ଅନ୍ୟପଟେ ଭାରତୀୟ ଦଳ କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଫାଳି ବର୍ମା (୯), ସ୍ମୃତି ମନ୍ଧାନା (୨), ୟାସ୍ତିକା ଭାଟିଆ (୪) ଚତୁର୍ଥ ଓଭର ଭିତରେ ଆଉଟ୍‌ ହୋଇଯାଇଥିଲେ। ୧୦ ଓଭର ବେଳକୁ ଦଳୀୟ ସ୍କୋର ୧୦୦ ପାଖରେ ପହଞ୍ଚିଥିଲା। ତଥାପି ଜେମିମା ରଦ୍ରିଗୁଏଜ୍‌ ଓ ହର୍ମନପ୍ରୀତ୍‌ କୌର ପାଳିକୁ ସମ୍ଭାଳିନେବା ସହ ଦ୍ରୁତ ଭାବେ ରନ୍‌ ସଂଗ୍ରହ କରିଥିଲେ। ଓଭର ପିଛା ପାଖାପାଖି ୧୧ ରନ୍‌ ହାରରେ ରନ୍‌ ସଂଗ୍ରହ କରି ୧୦ ଓଭର ବେଳକୁ ଦଳୀୟ ସ୍କୋର ୧୦୦ ପାଖରେ ପହଞ୍ଚିଥିଲା। ୧୩ତମ ଓଭର ବେଳଠୁ ହର୍ମନପ୍ରୀତ୍‌ ଚୌକା ବର୍ଷା ଆରମ୍ଭ କରିଥିଲେ। ଫଳରେ ୧୫ତମ ଓଭରର ଦ୍ବିତୀୟ ବଲ୍‌ରେ ଲଗାତାର ଚୌକା ମାରି ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ଦୁଇଟି ବଲ୍‌ ପରେ ହର୍ମନପ୍ରୀତ୍‌ ୨ ରନ୍‌ ନେବାକୁ ଦୌଡ଼ୁଥିଲା ବେଳେ ବ୍ୟାଟ୍‌ କ୍ରିଜ୍‌ ଛୁଇଁବା ପୂର୍ବରୁ ମାଟିରେ ଅଟକି ଯିବାରୁ ସେ ରନ୍‌ଆଉଟ୍‌ ହୋଇଯାଇଥିଲେ। ଏହାପରେ ରନ୍‌ଗତି କମ୍‌ ହୋଇଯିବାରୁ ଶେଷ ଓଭରରେ ଦଳକୁ ଜିତିବା ପାଇଁ ୧୬ ରନ୍‌ ଆବଶ୍ୟକ ହେଉଥିଲା। ହେଲେ ହାତରେ ୩ ୱିକେଟ୍‌ ବଳକା ଥିଲା। କିନ୍ତୁ ଶେଷ ଓଭରରୁ କେବଳ ୧୦ ରନ୍‌ ସଂଗ୍ରହ ହୋଇପାରିଥିଲା। ଏଭଳି ଭାବେ ଭାରତୀୟ ଦଳ ପରାଜୟ ବରଣ କରିଛି।

Leave A Reply

Your email address will not be published.