ଶିସୋଦିଆ ଗିରଫ : ନିଶାଣରେ କେଜେରିବାଲ

ଦିଲ୍ଲୀ ଉପମୁଖ୍ଯମନ୍ତ୍ରୀ ମନୀଷ ଶିସୋଦିଆଙ୍କୁ ଗିରଫ କଲା ସିବିଆଇ, କେଜେରିବାଲ ହୋଇପାନନ୍ତିପରବର୍ତ୍ତୀ ଶୀକାର ! ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଦୁର୍ନୀତି ବ୍ଯାପାରରେ ସିବିଆଇ ଜେରା ପାଇଁ ଆଜି ହାଜର ହୋଇଥିଲେ ଶିଷୋଦିଆ, ୮ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ମାମଲାରେ ତାଙ୍କୁ ଅକ୍ଟୋବର ମାସରେ ସିବିଆଇ ଜେରା କରିଥିଲା।

ସିବିଆଇ ଶିଶୋଦିଆଙ୍କୁ ଗିରଫ କରିବା ପରେ ବିଜେପି ପକ୍ଷରୁ ଆଆପ ସରକାରର ଦୁର୍ନୀତି ବିରୋଧରେ ଜୋରଦାର ପ୍ରଦର୍ଶନ କରାଯାଇଛି ଓ କୁହାଯାଇଛି ଯେ ସବୁ ଦୁର୍ନୀତିର ମାଷ୍ଟର ମାଇଣ୍ଡ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିବାଲ। ଏଥିରୁ ଜଣାପଡୁଛି ଯେ ବିଜେପିର ପରବର୍ତ୍ତୀ ନିଶାଣରେ ଅଛନ୍ତି ଆଆପ ସୁପ୍ରିମୋ !

Leave A Reply

Your email address will not be published.