୧ରୁ ଯୁକ୍ତ ଦୁଇ ପରୀକ୍ଷା, ସିସିଟିଭି ଲଗାଇବା ଉପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଆସନ୍ତା ମାସ ୧ରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ଏଥରକ ପରୀକ୍ଷା ହଲରେ ସିସିଟିଭି ଲଗାଇବା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
କିନ୍ତୁ କିଛି ଅଧ୍ୟାପକ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଥିବା ନଜରକୁ ଆସିଛି। ସବୁ ଅଧ୍ୟାପକଙ୍କୁ ପିଲାଙ୍କ ସ୍ୱାର୍ଥ କଥା ଭାବିବାକୁ ଅନୁରୋଧ କରିବୁ। ସେମାନଙ୍କୁ ପରୀକ୍ଷାରେ ସହଯୋଗ କରିବା ପାଇଁ ସବୁବେଳେ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.