ବିଶ୍ଵକପ ହକି ମ୍ଯାଚରୁ ବାଦ ପଡିଲା ଭାରତ

ହକି ବିଶ୍ଵକପ ଅଭିଯାନରୁ ବିଦାୟ ନେଲା ଭାରତ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କ୍ରସ ଓଭର ମ୍ଯାଚରେ ନ୍ଯୁଜିଲାଣ୍ଡ ଠାରୁ ପରାସ୍ତ ହେବା ଫଳରେ କ୍ଵାର୍ଟର ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଯାଇପାରିଲା ନାହିଁ ଆୟୋଜକ ଦଳ ! ନିର୍ଦ୍ଧାରିତ ସମୟ ମଧ୍ୟରେ ୩-୩ ଗୋଲରେ ମ୍ଯାଚ ଅମୀମାଂସିତ ରହିଥିବା ବେଳେ ପେନାଲଟି ସୁଟଆଉଟରେ ମଧ୍ୟ ସ୍ଥିତି ଟାଇ ହୋଇ ରହିଥିଲା, ପରେ ସଡେନ ଡେଥ୍ ପ୍ରକ୍ରିୟାରେ ନ୍ଯୁଜିଲାଣ୍ଡ ବିଜୟୀ ହୋଇଥିଲା। ୪୮ ବର୍ଷ ପରେ ଭାରତ ବିଶ୍ଵକପ ହାସଲ କରିବାର ସ୍ଵପ୍ନ ଧୂଳିସାତ ହୋଇଯାଇଛି।

Leave A Reply

Your email address will not be published.