ମହାରାଷ୍ଟ୍ରର ଶନି ମନ୍ଦିରକୁ କୋଟିଏରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା କଳସ ଦାନ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦେଇଥିବା ଚର୍ଚ୍ଚା

ମୁମ୍ବାଇ: ଶନି ମନ୍ଦିରରକୁ କୋଟିଏ ଟଙ୍କାର କଳସ ଦାନ କରିଛନ୍ତି ଜଣେ ଭକ୍ତ। ମହାରାଷ୍ଟ୍ର ପ୍ରସିଦ୍ଧ ଶନିଦେବ ମନ୍ଦିରକୁ ଏହି ବହୁମୂଲ୍ୟ ସୁନାକଳସ ଦାନ କରାଯାଇଛି। ଏହି ସୁନା କଳସ ଦାନ ବେଳର ଫଟୋ ଏବେ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି। କାରଣ ଫଟୋରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଛନ୍ତି। ଏଣୁ କୁହାଯାଉଛି ଯେ ଏହି ସୁନା କଳସକୁ ସେ ଦାନ କରିଛନ୍ତି।

ସୂଚନା ମୁତାବକ, ମହାରାଷ୍ଟ୍ର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନିଙ୍କ ମନ୍ଦିରକୁ ଏହି ବହୁମୂଲ୍ୟ କଳସ ଦାନ କରାଯାଇଛି। ଏହି କଳସ ୭୦୦ ଗ୍ରାମ ସୁନା ଓ ୫ କେଜି ରୁପାରେ ତିଆରି ହୋଇଛି। ତେବେ ଦାନ ଦେଇଥିବା ଭକ୍ତଙ୍କ ନାଁକୁ ମନ୍ଦିର ପ୍ରଶାସନ ଗୋପନ ରଖିଛି। ଏ ନେଇ ନବ ଦାସ ବି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ପ୍ରକାଶ, ୨୦ ବର୍ଷ ପରେ ଶନି ଅମାବାସ୍ୟା ପଡ଼ିଥିବାକୁ ଏହି ଦାନ କରାଯାଇଥିବା ଆଲୋଚନା ହେଉଛି।

Leave A Reply

Your email address will not be published.