ଏଥରକ ଖଣ୍ଡଗିରି ମେଳାରେ ହେବନି ଅଶ୍ଳୀଳ ନୃତ୍ୟ: ବିଏମସିର କଡ଼ା ତାଗିଦ୍, ଅଣ୍ଡରଟେକିଂ ଦେବେ ଆୟୋଜକ

ଭୁବନେଶ୍ୱର: ଏଥରକ ଖଣ୍ଡଗିରି ମେଳାରେ ହେବନି ଅଶ୍ଳୀଳ ନୃତ୍ୟ। ଏନେଇ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ। ଯାତ୍ରାରେ ଯେଭଳି ଅଶ୍ଳୀଳ ନୃତ୍ୟ ନ ହେବ, ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଏ ନେଇ ଆୟୋଜକ ଖଣ୍ଡଗିରି ଥାନାରେ ଲିଖିତ ଭାବରେ ଅଣ୍ଡରଟେକିଂ ଦେବେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଆସନ୍ତା ୨୮ ତାରିଖରୁ ଖଣ୍ଡଗିରି ମାଘ ମେଳା ଆରମ୍ଭ ହେଉଛି। ଏଥର ଅପେରା ଲଢ଼େଇରେ ଅଶ୍ଳୀଳ ନୃତ୍ୟ ଉପରେ ବିଏମସି କଟକଣା ଲଗାଇଛି। ଗତକାଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗାଇଡଲାଇନ୍‌ ଅନୁସାରେ ଏଥରକ ଯାତ୍ରା ହେବ। ୩୦ ତାରିଖରୁ ବିଭିନ୍ନ ଯାତ୍ରା ପାର୍ଟି ୧୦ ଦିନ ଧରି ଯାତ୍ରା ପରିବେଷଣ କରିବେ।

ଅନ୍ୟପଟେ ଦୁଇ ବର୍ଷ ପରେ ଯାତ୍ରା ହେଉଥିବାରୁ ପ୍ରବଳ ଭିଡ଼ ଆଶଙ୍କା କରାଯାଉଛି। ଅପରାଧିକ କାର୍ଯ୍ୟକଳାପ ଓ ଗତିବିଧି ଉପରେ ନଜର ରଖିବାକୁ ଯାତ୍ରା ପେଣ୍ଡାଲ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲାଗିବ। ସାଦା ପୋଷାକଧାରୀ ପୋଲିସ ବି ମୁତୟନ ହେବେ। ଗତକାଲି ବିଏମସି ବୈଠକରେ ସମସ୍ତ ଯାତ୍ରା କମିଟିର ସଦସ୍ୟ ଯୋଗ ଦେଇଥିଲେ ବୋଲି ଜଣାଯାଇଛି।

Leave A Reply

Your email address will not be published.