ଅର୍ଜୁନ ପୁରସ୍କାର ବିଜୟିନୀ ଦୀପଗ୍ରେସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

୨୦୨୨ ବର୍ଷ ପାଇଁ ଓଡ଼ିଶାର ମହିଳା ହକି ତାରକା ଦୀପ ଗ୍ରେସ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ଵିଟ କରି ମୁଖ୍ୟମନ୍ତ୍ରୀ ଦୀପଗ୍ରେସଙ୍କ ସର୍ବ ସଫଳତା କାମନା କରି କହିଛନ୍ତି ଯେ ଦେଶ ପାଇଁ ସେ ଯଶ ଓ ଗୌରବ ଅର୍ଜନ କରନ୍ତୁ ! ଓଡିଶାରୁ କ୍ରିଡା ପ୍ରୋତ୍ସାହନ ପାଇଁ ଅଚ୍ଯୁତ ସାମନ୍ତଙ୍କ କିଟ୍ ଡିମଡ ବିଶ୍ଵବିଦ୍ୟାଳୟକୁ ମଧ୍ୟ ପୁରସ୍କୃତ କରାଯାଇଛି। ଗତକାଲି କେନ୍ଦ୍ର ଯୁବ ବ୍ଯାପାର ଓ କ୍ରିଡା ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ବର୍ଷପାଇଁ ପୁରସ୍କାର ଘୋଷଣା କରାଯାଇଛି, ଆସନ୍ତା ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କାର ପାଇଁ ମନୋନୀତ କ୍ରିଡାବିତମାନଙ୍କୁ ସମ୍ମାନିତ କରାଯିବ।

Leave A Reply

Your email address will not be published.