ଦିର୍ଘ ୯ ମାସ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟିବାକୁ ଯାଉଛି

ରୁଷ ଓ ୟୁକ୍ରେନ ମଧ୍ୟରେ ଦିର୍ଘ ୯ ମାସ ଧରି ଯୁଦ୍ଧ ଚାଲିଥିବା ବେଳେ ରୁଷ୍ ଖେରସନରୁ ସେନା ପ୍ରତ୍ୟାହାର କରିନେଇଚି । ରୁଷ୍‌ ଖେରସନରୁ ସେନା ପ୍ରତ୍ୟାହାର କରିବା ୟୁକ୍ରେନ ପାଇଁ ଦୀର୍ଘ ୯ମାସର ଯୁଦ୍ଧ ମଧ୍ୟରେ ସବୁଠୁ ବଡ଼ ସଫଳତା ବୋଲି ଜେଲେନସ୍କି କହିଛନ୍ତି । ସେନା ପ୍ରତ୍ୟାହାର କରିବାପରେ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ସୋମବାର ଦିନ ଖେରସନ ଗସ୍ତ କରିଛନ୍ତି। ଜେଲେନସ୍କି କହିଛନ୍ତି ଯେ ଖେରସନରୁ ରୁଷ୍‌ ସୈନ୍ୟ ପ୍ରତ୍ୟାହାର କରିବା ସହ ଯୁଦ୍ଧ ଶେଷ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଖେରସନରେ ସୈନିକଙ୍କୁ ଉଦ୍‌ବୋଧନ ଦେଇ ଏଭଳି ଟିପ୍ପଣୀ ଦେବା ସହିତ ରୁଷ୍‌ ବିରୋଧରେ ଯୁଦ୍ଧ ପାଇଁ ନା‌ଟୋ ଏବଂ ଅନ୍ୟ ସହଯୋଗୀ ରାଷ୍ଟ୍ରଙ୍କ ସହଯୋଗ ପାଇଁ ଜେଲେନ୍‌ସ୍କି ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.