ବଞ୍ଚିଛନ୍ତି ଏଲଟିଟିଇର ମୁଖ୍ୟ ଭେଲୁପିଲାଇ ପ୍ରଭାକରନ : ତାମିଲନାଡ଼ୁର ରାଜନେତା ପାଝା ନେଦୁମାରନ

ଚେନ୍ନାଇ : ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନ ବଞ୍ଚିଥିବା କହି ଚର୍ଚ୍ଚାରେ ଅଛନ୍ତି ତାମିଲନାଡ଼ୁର ଭେଟେରାନ ରାଜନେତା ପାଝା ନେଦୁମାରନ। ସେ କହିଛନ୍ତି ଯେ, ପ୍ରଭାକରନ ଏବେ ବି ଜୀବିତ ଅଛନ୍ତି। ଆଉ ସୁସ୍ଥ ଅଛନ୍ତି। ସେ ଖୁବଶୀଘ୍ର ସାମ୍ନାକୁ ଆସିବେ ବୋଲି ପାଝା ନେଦୁମାରନ ଦାବି କରିଛନ୍ତି।

ସେ କହିଛନ୍ତି, ସମୟ ଠିକ ହେଲେ ପ୍ରଭାକରନ ବିଶ୍ୱ ସାମ୍ନାକୁ ଆସିବେ। ମୁଁ ଆଶା କରୁଛି ଏହି ଖବର ଏଲଟିଟିଇ ମୁଖିଆଙ୍କ ବିଷୟରେ ବିସ୍ତାର ହୋଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇବ ବୋଲି ନେଡୁମାରନ କହିଛନ୍ତି। ସେ ଖୁବ ଶୀଘ୍ର ତାମିଲ ଜାତିର ମୁକ୍ତି ପାଇଁ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି। ଦୁନିଆର ସମସ୍ତ ତାମିଲ ଲୋକ ଏକଜୁଟ ହୋଇ ତାଙ୍କୁ ସମର୍ଥନ କରିବା ଉଚିତ ବୋଲି କହିଛନ୍ତି ନେଦୁମାରନ।

ସୂଚନାଯୋଗ୍ୟ ଯେ ପ୍ରଭାକରନ ଏଲଟିଟିଇ ଗଠନ କରି ଶ୍ରୀଲଙ୍କାରେ ରହି ତାମିଲନାଡ଼ୁ ସରକାରଙ୍କ ବିରୋଧରେ ଗରିଲା ଯୁଦ୍ଧ ଆରମ୍ଭ କରିଥିଲେ। ୨୦୦୯ରେ ତାମିଲନାଡ଼ୁ ସରକାର ପ୍ରଭାକରନଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀଲଙ୍କା ସେନାର ଅପରେଶନରେ ପ୍ରଭାକରନ ନିହତ ହୋଇଥିବା କୁହାଯାଇଥିଲା। ୨୦୦୯ରେ ପ୍ରଭାକରନଙ୍କ ମୃତ୍ୟୁ ପରେ ସେତେବେଳେ ସରକାର ପ୍ରଭାକରନଙ୍କ ବିଭିନ୍ନ ଫଟୋ ସେୟାର କରିଥିଲା।

ପ୍ରକାଶ ଯେ ପ୍ରଭାକରନ ହେଉଛନ୍ତି ୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ତାଙ୍କ ନାଁରେ ଅନେକ ହତ୍ୟାକାଣ୍ଡ ମାମଲା ବି ରହିଛି।

Leave A Reply

Your email address will not be published.