ଏହି ରାଶିର ପୁଅ ହୋଇଥାନ୍ତି ଭଲ ସ୍ୱାମୀ, ସବୁବେଳେ ବୁଝିଥାନ୍ତି ସାଥୀଙ୍କ ମନ କଥା

ହିନ୍ଦୁ ଧର୍ମରେ ଜଣେ ଭଲ ବର ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସହାୟତା ନିଆଯାଇଥାଏ। କୁଣ୍ଡଳୀର ମେଳ କରାଯାଇଥାଏ। କୁହାଯାଏ, ବିବାହ ସାତ ଜନ୍ମ ପାଇଁ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ରାଶି ବିଷୟରେ କୁହାଯାଇଛି ଯେଉଁମାନେ ଜଣେ ଭଲ ସ୍ୱାମୀ ହୋଇଥାନ୍ତି। ସେମାନେ ପତ୍ନୀଙ୍କୁ ମୁଣ୍ଡରେ ବସାଇ ରଖିଥାନ୍ତି। ଆସନ୍ତୁ ଜାଣିବା ସେହି ରାଶିର ପୁଅଙ୍କ ବିଷୟରେ…

ବୃଷ:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ଜାତକ ବହୁତ ଭଲ ହୋଇଥାନ୍ତି। ପୂରା ସଚ୍ଚୋଟତାର ସହ ସମ୍ପର୍କ ରଖିଥାନ୍ତି। ଏହି ରାଶିର ପୁଅ ଯାହାକୁ ବିବାହ କରିଥାନ୍ତି, ସେମାନଙ୍କୁ ସବୁ ପ୍ରକାର ଖୁସି ଦେଇଥାନ୍ତି। ପତ୍ନୀଙ୍କ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି। ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ଇ, ଉ ,ଏ, ଓ, ବା, ବି, ବୁ, ବେ, ବୋ ହୋଇଥାଏ, ସେମାନଙ୍କ ରାଶି ବୃଷ।

କର୍କଟ :

ଏହି ରାଶିର ଲୋକେ ସରଳ ଓ ସାଧାରଣ ଜୀବନ ବିତାଇବାକୁ ଭଲ ପାଇଥାନ୍ତି। ସର୍ବଦା ବିନମ୍ରତା ଭାବ ଦେଖାଇଥାନ୍ତି। ଏମାନେ ସବୁ ସମ୍ପର୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି। ଏମାନେ ପାର୍ଟନରଙ୍କୁ ଧୋକା ଦେବାକୁ ପସନ୍ଦ କରନ୍ତି ନାହିଁ। ଏମିତି ଜୀବନସାଥୀ ଭାଗ୍ୟରେ ଥିଲେ ମିଳେ। ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ହି, ହେ, ହୋ, ଡା, ଡି, ଡୋ ହୋଇଥାଏ; ସେମାନଙ୍କ ରାଶି କର୍କଟ।

କନ୍ୟା :

ଏହି ରାଶିର ପୁଅ ସେମାନଙ୍କ ଜୀବନସାଥୀର ସାଙ୍ଗ କେବେ ଛାଡ଼ିନଥାନ୍ତି। ବ୍ୟବହାରିକ ଜୀବନରେ ମଧ୍ୟ ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି। ଏମାନେ ପାର୍ଟନରଙ୍କ ସବୁ ଇଚ୍ଛା ପୂର୍ଣ୍ଣ କରିବାକୁ ପ୍ରସ୍ତୁତ ଥାନ୍ତି। ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ଢୋ, ପା, ପି, ପୁ, ପେ, ଷ, ଣ, ଠ ହୋଇଥାଏ, ସେମାନଙ୍କ ରାଶି କନ୍ୟା।

Leave A Reply

Your email address will not be published.