ବିଗ୍ ବସ୍-୧୬ ଜିତିଲେ ରାପର୍ ଏମ୍ ସି ଷ୍ଟାନ୍, ହାତେଇଲେ ଟ୍ରଫି ସହ ନଗଦ ୩୧.୮୦ ଲକ୍ଷ ଓ ଏକ ବ୍ରାଣ୍ଡ ନ୍ଯୁ କାର୍

ମୁମ୍ବାଇ : କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସବୁଠୁ ବଡ଼ ରିଆଲିଟି ଶୋ ବିଗ୍ ବସ୍-୧୬ ର ଟ୍ରଫି ହାତେଇଛନ୍ତି ଏମ୍ ସି ଷ୍ଟାନ୍। ଦୀର୍ଘ ଚାରି ମାସର ଅପେକ୍ଷାର ଶେଷରେ ଅନ୍ତ ଘଟିଛି। ସମସ୍ତଙ୍କୁ ପଛରେ ପକାଇ ରାପର୍ ଏମ୍ ସି ଷ୍ଟାନ୍ ଚଳିତ ବିଗ୍ ବସ୍-୧୬ର ବିଜେତା ହେବା ସେହ ନଗଦ ୩୧ ଲକ୍ଷ ୮୦ହଜାର ଟଙ୍କା ପୁରସ୍କାର ରାଶି ଏବଂ ଏକ ବ୍ରାଣ୍ଡ ନ୍ଯୁ କାର୍ ହାତେଇଛନ୍ତି। ଶୋ’ର ହୋଷ୍ଟ ତଥା ବଲିଉଡ ସୁପରଷ୍ଟାର ସଲମାନ ଖାନ ଟ୍ରଫି, ପୁରସ୍କାର ରାଶି ଷ୍ଟାନଙ୍କୁ କାର ପ୍ରଦାନ କରିଥିଲେ।

ଶିବ୍ ଠାକରେ ପ୍ରଥମ ରନର୍ସ ଅପ୍ ହୋଇଥିବାବେଳେ ପ୍ରିୟଙ୍କା ଚହର ଚୌଧୁରୀ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି। ରାଜନେତ୍ରୀ-ମଡେଲ ଅର୍ଚ୍ଚନା ଗୌତମ୍ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଅଭିନେତା ଶାଲିନ ଭାନୋଟ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।

ସୂଚନାଯୋଗ୍ୟ ବିଗ୍ ବସର ଗୋଟିଏ ସିଜିନ୍ ଶେଷ ହେବା ମାତ୍ରେ ଆଗାମୀ ସିରିଜକୁ ଅପେକ୍ଷା କରିଥାନ୍ତି ଦର୍ଶକ। ଅକ୍ଟୋବର ୧, ୨୦୨୨ ରେ ଏହି ଶୋ’ର ସିଜନ୍ ୧୬ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.