ଟାର୍ଗେଟରେ ସତ୍ୟପାଲ ମଲ୍ଲିକ : ସିବିଆଇ ଚଢ଼ାଉ ଆରମ୍ଭ

ଜାମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବିରୋଧରେ ସିବିଆଇ ତାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି, ତାଙ୍କର ୩ ସହଯୋଗୀଙ୍କ ଦିଲ୍ଲୀ ଓ ରାଜସ୍ଥାନ ସମେତ ୧୨ଟି ଠିକଣାରେ ଚଢ଼ାଉ ହୋଇଛି। ସେମାନେ ହେଲେ ସତ୍ୟପାଲଙ୍କ ପୂର୍ବତନ ପ୍ରେସ ସଚିବ ସୁନକ ବାଲି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭିଏସ୍‌ ରାଣା ଓ ବ୍ଯକ୍ତିଗତ ସହକାରୀ କେଏସ ରାଣା – ସେ ଜାମ୍ମୁ କାଶ୍ମୀର ରାଜ୍ଯପାଳ ଥିବା ବେଳେ ଏମାନେ ତାଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ।

କିରୁ ହାଇଡ୍ରୋ ଇଲେକ୍ଟ୍ରିସିଟି ପାୱାର ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ନିଜେ ସତ୍ୟପାଳ ମଲିକ ଜାମ୍ମୁ କାଶ୍ମୀର ରାଜ୍ଯପାଳ ଭାବେ ପ୍ରକଳ୍ପର ଲାଇସେନ୍ସ ବାତିଲ କରିଥିଲେ। ସିବିଆଇ ସେହି ପ୍ରକଳ୍ପ ଦୁର୍ନୀତି ଘଟଣାରେ ଶ୍ରୀ ମଲ୍ଲିକଙ୍କ ୩ ପୂର୍ବତନ ସହଯୋଗୀଙ୍କ ଠିକଣାରେ ଚଢ଼ାଉ କରିବା ସମସ୍ତଙ୍କୁ ଚକିତ କରିଦେଇଛି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୁମର ଖୋଲିବା ପରେ ସତ୍ଯପାଲଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ଯାନୁଷ୍ଠାନ ନେବେ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ଏହି ସିବିଆଇ ଚଢ଼ାଉ ପରେ ତାହା ସତ୍ୟ ହୋଇଛି।

Leave A Reply

Your email address will not be published.