୧୦ଫୁଟ ଗଭୀର କୂଅରୁ ହାତୀ ଉଦ୍ଧାର

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଫରେଷ୍ଟ ରେଞ୍ଜ ଟୁଣଟୁଣାରେ ଗତକାଲି ରାତିରେ ଏକ ପରିତ୍ୟକ୍ତ ଗଭୀର କୂଅରେ ପଡିଯାଇଥିବା ହାତୀକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ହାତୀଟି ସୁସ୍ଥ ଅଛି ଓ ତାକୁ ଜଙ୍ଗଲରେ ଛାଡି ଦିଆଯାଇଛି ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ।
ପ୍ରାପ୍ତ ସୂଚନାରୁ ଜଣାଯାଇଛି ଗତକାଲି ଗୋଟିଏ ହାତୀପଲ ବୈତରଣୀ ନଦୀକୂଳ ଦେଇ ଯାଉଥିବା ବେଳେ ହାତୀଟି କୂଅ ଭିତରେ ଗଳିପଡିଥିଲା। ଖବର ପାଇ ଆଜି ସକାଳୁ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ହାତୀକୁ କୂଅ ଭିତରୁ ବାହାର କରିଥିଲେ।

Leave A Reply

Your email address will not be published.