ମୋଦି ସରକାରଙ୍କ ନିର୍ବାଚନୀ ବଜେଟ : ରୋଜଗାର, ଶିକ୍ଷା, ସ୍ଵାସ୍ଥ୍ୟ, କୃଷି ଓ ଦକ୍ଷତା ବିକାଶ ପାଇଁ ଘୋଷଣା

ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ନରେନ୍ଦ୍ର ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ – ସେଥିପାଇଁ ଏହାକୁ ଅଧିକ ଆକର୍ଷଣୀୟ କରାଯାଇଛି, ଶିକ୍ଷା, ରୋଜଗାର, କୌଶଳ ବିକାଶ ଏବଂ ଉଦ୍ୟମିତା ପ୍ରୋତ୍ସାହନ ପାଇଁ ବଜେଟରେ ବହୁ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି।

ଆସନ୍ତା ୩ ବର୍ଷ ମଧ୍ୟରେ ମୋଦି ସରକାର ଆଦିବାସୀ ଛାତ୍ରଙ୍କ ଶିକ୍ଷା ବିକାଶ ପାଇଁ ୭୪୦ ଏକଲବ୍ୟ ମଡେଲ ସ୍କୁଲ ନିମନ୍ତେ ୩୮ ହଜାର ୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ନିଯୁକ୍ତି ଦେବେ ବୋଲି ଘୋଷଣା କରିଛନ୍ତି, ୧୫୭ଟି ମେଡିକାଲ କଲେଜରେ ୧୫୭ଟି ନର୍ସିଂ କଲେଜ ସ୍ଥାପନ କରାଯିବ ବୋଲି ମଧ୍ୟ ଅର୍ଥମନ୍ତ୍ରୀ କହିଛନ୍ତି। କୃଷି, ସ୍ଵାସ୍ଥ୍ୟ ଏବଂ ସହରୀ ବିକାଶ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ କାମ ହେବ, ଏଥିପାଇଁ ୩ଟି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସଂସ୍ଥା ସ୍ଥାପନ କରାଯିବ ବୋଲି ବଜେଟରେ କୁହାଯାଇଛି।ମତ୍ସ୍ୟପାଳନ କ୍ଷେତ୍ରରେ ରୋଜଗାର ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ୬୦ ହଜାର କୋଟି ଖର୍ଚ କରିବେ।ସେହିଭଳି ଆଗାମୀ ୩ ବର୍ଷ ମଧ୍ୟରେ ୪୭ ଲକ୍ଷ ଯୁବକଙ୍କୁ ନ୍ୟାସନାଲ ଆପ୍ରେଣ୍ଟିସ୍ ସ୍କିମ୍‌ର ଲାଭ ମିଳିବ ଓ ଏହା ଫଳରେ ସେମାନଙ୍କ ରୋଜଗାର କୁଶଳତାକୁ ସଶକ୍ତ କରାଯିବ ବୋଲି ବଜେଟରେ ବ୍ଯବସ୍ଥା ରଖାଯାଇଛି। ବଜେଟରେ ‘ମିଶନ କର୍ମଯୋଗୀ’ ବ୍ଯବସ୍ଥା ପ୍ରବର୍ତ୍ତନ କରାଯିବା କଥା କୁହାଯାଇଛି, ଏହା ଫଳରେ କର୍ମଚାରୀମାନଙ୍କ ଦକ୍ଷତା ବିକାଶ କରାଯିବ ।

Leave A Reply

Your email address will not be published.