ବିଗବସ ୧୬ ହାରିକି ବି ଜିତିଗଲେ! ବିଜେତାଙ୍କଠାରୁ ଅଧିକ ପୁରସ୍କାର ପାଇଛନ୍ତି ପ୍ରିୟଙ୍କା ଚାହର ଚୌଧୁରୀ

ମୁମ୍ବାଇ: ନିକଟରେ ଘୋଷଣା ହୋଇଛି ବିଗବସ ୧୬ର ବିଜେତା। ଏଥରକ ଟିଭି ପରଦାର ସବୁଠାରୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌ ସିଜିନ୍‌-୧୬’ର ବିଜେତା ହୋଇଛନ୍ତି ରାପର୍‌ ଏମ୍‌ସି ଷ୍ଟାନ୍‌। ତାଙ୍କୁ ଟ୍ରଫି ସହିତ ୩୧ ଲକ୍ଷ ଟଙ୍କା ଏବଂ ଏକ ବ୍ରାଣ୍ଡ ନ୍ୟୁ କାର୍‌ ପୁରସ୍କାର ଭାବେ ମିଳିଛି।

କିନ୍ତୁ ଶୋ’ର ପ୍ରଶଂସକଙ୍କ ଅନୁଯାୟୀ, ପ୍ରିୟଙ୍କା ଚାହର ଚୌଧୁରୀ ଶୋ’ର ବିଜେତା ହୋଇଥାନ୍ତେ। ହେଲେ ଏମ୍‌ସି ଷ୍ଟାନ୍‌ ବିଜେତା ହେବା ନେଇ ପ୍ରଶଂସକ ଅସନ୍ତୁଷ୍ଟ ଅଛନ୍ତି। ଶେଷ ପର୍ଯ୍ୟାୟରେ ଶିବ ଠାକରେ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଏହା ହୋଇ ନଥିବାରୁ ଶୋ’ର ନିର୍ମାତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି।

ତେବେ ପ୍ରିୟଙ୍କା ଟ୍ରଫି ଜିତି ପାରିନ ଥିଲେ ବି ସେ ଏହି ଶୋ’ ମାଧ୍ୟମରେ ଖୁବ୍‌ ଭଲ ଅଫର ପାଇଛନ୍ତି। ବିଗ୍‌ ବସ୍‌ର ହୋଷ୍ଟ ସଲମାନ୍‌ ଖାନ୍‌ ମଧ୍ୟ ପ୍ରିୟଙ୍କାଙ୍କୁ ବିଜେତା କହିଛନ୍ତି। ଶୋ’ରେ ଥିବା ସମୟରେ, ପ୍ରିୟଙ୍କା ‘ମାଇଁ ଗ୍ଲାମ୍‌’ର ଏକ ବିୟୁଟି କମ୍ପିଟିସନ୍‌ ଜିତିଥିଲେ। ସର୍ତ୍ତ ଅନୁଯାୟୀ, ସେ ୨୫ ଲକ୍ଷ ଟଙ୍କା ଏବଂ ‘ମାଇଁ ଗ୍ଲାମ୍‌’ର ବିଜ୍ଞାପନରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ କାମ କରିବାର ସୁଯୋଗ ପାଇବେ। ଏଥିସହ ଶାହରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ରେ ମଧ୍ୟ ସେ କାମ କରିବାର ସୁଯୋଗ ପାଇଛନ୍ତି ବୋଲି ଖବର ରହିଛି। ଏଥି ସହ ସଲମାନ୍‌ ଖାନ୍‌ ମଧ୍ୟ ଶୋ’ରେ ପ୍ରିୟଙ୍କାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ପ୍ରିୟଙ୍କା ‘ବିଗ୍‌ ବସ୍‌ ୧୬’ର ଟ୍ରଫି ହରାଇବା ପରେ ମଧ୍ୟ ବହୁ କିଛି ଜିତିପାରିଛନ୍ତି। ଏହା ବ୍ୟତୀତ ପ୍ରିୟଙ୍କାଙ୍କ ହାତରେ ଆହୁରି ଅନେକ ପ୍ରୋଜେକ୍ଟର ଅଫର ରହିଥିବା ଜଣାଯାଇଛି।

Leave A Reply

Your email address will not be published.