ମହିଳା ଆଇଆଇସିଙ୍କୁ ଜୟନାରାୟଣ ମିଶ୍ର ଚାପୁଡ଼ା ମାରିବା ଘଟଣା: ଧନୁପାଲୀ ଥାନାରେ ପହଞ୍ଚିଲେ ଆଇଜି ଓ ଏସ୍‌ପି

ଭୁବନେଶ୍ୱର : ଧନୁପାଲୀ ମହିଳା ଆଇଆଇସିଙ୍କୁ ଚାପୁଡ଼ା ମାରିବା ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘଟିଥିବା ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଉଭୟ ପକ୍ଷରୁ ବୁଧବାର ଥାନାରେ ମାମଲା ରୁଜୁ ହୋଇଛି। ତେବେ ଏହି ମାମଲାରେ ରାତିରେ ଆଇଜି ଦୀପକ କୁମାର, ସମ୍ବଲପୁର ଏସପି ବି.ଗଙ୍ଗାଧର ଧନୁପାଲି ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସମ୍ପର୍କରେ ଉଭୟେ ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ସହ ଆଲୋଚନା କରି ଫେରିଯାଇଥିବା ଜଣାଯାଇଛି।

ସୂଚନା ମୁତାବକ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବୁଧବାର ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ସମୟରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ଧକ୍କା ମାରିବା ସହିତ ଗାଳିଗୁଲଜ କରିଥିଲେ। ଅନ୍ୟପକ୍ଷରେ ଶ୍ରୀମତୀ ପ୍ରଧାନ ମଧ୍ୟ ପାଲଟା ଜୟନାରାୟଣଙ୍କୁ ମୁଥ ମାରିଥିବା ଅଭିଯୋଗ ହୋଇଛି। ଅନିତାଙ୍କ ଅଭିଯୋଗକ୍ରମେ ସମ୍ବଲପୁର ଟାଉନ ଥାନା ପୁଲିସ ଜୟନାରାୟଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକଙ୍କ ପକ୍ଷରୁ ଅନିତା ପ୍ରଧାନଙ୍କ ବିରୋଧରେ ପାଲଟା ଏତଲା ଦିଆଯାଇଛି। ଏହି ଘଟଣା ଏବେ ରାଜ୍ୟରେ ଚହଳ ପକାଇଛି।

Leave A Reply

Your email address will not be published.