ମହେଶ ବାବୁଙ୍କ ବାପା କୃଷ୍ଣାଙ୍କ ୭୯ ବର୍ଷ ବୟସରେ ଦେହାନ୍ତ

ଆଜି ଭୋର୍‌ ୪ଟାରୁ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତେଲୁଗୁ ସୁପରଷ୍ଟାର କୃଷ୍ଣା । ୨ ମାସ ତଳେ ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସୁପରଷ୍ଟାର ମହେଶ ବାବୁ ଏବେ ବାପା ମଧ୍ୟ ଚାଲିଗଲା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଭିନେତା କୃଷ୍ଣା ଗତ ରବିବାର ଦିନ ହୃଦଘାତର ଶିକାର ହୋଇ ହାଇଦ୍ରାବାଦ୍‌ର କଣ୍ଟିନେଣ୍ଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠା‌ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତରେ ପୁରା ତେଲୁଗୁ ଇଣ୍ଡଷ୍ଟ୍ରି ଜଗତରେ ଶୋକର ଛାୟା ଖେଳିଯାଇଛି। ସୁପର୍‌ଷ୍ଟାର୍‌ କ୍ରିଷ୍ଣା ପ୍ରାୟ ୩୫୦ ତେଲୁଗୁ ଫିଲ୍ମରେ ଦମଦାର ଅଭିନୟ କରି ଲୋକପ୍ରିୟ ପାଲଟିଥିଲେ। ତାଙ୍କ ସମୟରେ ସେ ତେଲଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ହେବା ସହିତ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତା ଥିଲେ।

Leave A Reply

Your email address will not be published.