ଥଟା ମଜାରୁ ସପ୍ତମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ରେ ଗୋଟେ ଦୁଃଖଦାୟକ ଘଟଣା ଘଟିଯାଇଛି। ନିଜ ସହପାଠୀଙ୍କ ୫ ଶହ ଟଙ୍କା ଲୁଚାଇ ରଖିବାରୁ ଅପମାନିତ ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ କୁମ୍ଭାରପୁଟ ଏସ୍‌ଏସ୍‌ଡି ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଜଣକ ହଷ୍ଟେଲରେ ଜଳଖିଆ ଖାଇ ବିଦ୍ୟାଳୟକୁ ବାହାରିଥିଲେ। ଏହି ସମୟରେ ଜଣେ ସହପାଠୀଙ୍କ ୫ଶହ ଟଙ୍କା ହଜି ଯାଇଥିବା ଜଣାପଡ଼ିଥିଲା, ତେଣୁ ଛାତ୍ରାବାସରେ ଖୋଜାଖୋଜି କରିବାରୁ ଉକ୍ତ ଛାତ୍ରଙ୍କ ନିକଟରୁ ୫ଶହ ଟଙ୍କାଟି ମିଳିଥିଲା । ଏହାପରେ ସହପାଠୀ ମାନେ ଥଟ୍ଟାମଜା ଆରମ୍ଭ କରିଦେଇଥିଲେ। ଏଥିରେ ଛାତ୍ର ଜଣକ ମର୍ମାହତ ହୋଇ ବିଦ୍ୟାଳୟକୁ ଯାଇନଥିଲେ। ପରେ ବିଦ୍ୟାଳୟର ପାଚେରୀ ଡେଇଁ ବାହାରକୁ ବାହାରି ୩ କିଲୋମିଟର ଚାଲି ଚାଲି ଆସି ନିଜ ଘରେ ପହଂଚିଥିଲେ। ସେହି ସମୟରେ ଘରେ କେହି ନଥିବାରୁ ଏତେ ମାତ୍ରାରେ ମାନସିକ ଆଘାତ ପାଇଥିଲେ ଯେ, ଗୋରୁ ବାନ୍ଧିବା ପାଇଁ ରହିଥିବା ଦଉଡ଼ି ଆଣି ସେଥିରେ ନିଜଘରେ ଝୁଲି ଯାଇଥିଲେ। ସଂଧ୍ୟାରେ ପରିବାର ଲୋକ ଘରକୁ ଫେରିବା ପରେ ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପରିବାର ଲୋକ ନିଜର ପ୍ରତିକ୍ରିୟାରେ ପୁଅର ଆତ୍ମହତ୍ୟା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.