ଓସ୍କାର ଦୌଡ଼ରେ କାନ୍ତାରା

ସମ୍ମାନଜନକ ଓସ୍କାର ପୁରସ୍କାର ପ୍ରତିଯୋଗିତାରେ ସାମିଲ ହୋଇଛି ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ‘କାନ୍ତାରା’। ମୌଳିକ କାହାଣୀକୁ ନେଇ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିବା ସହିତ ସବୁ ଶ୍ରେଣୀର ଦର୍ଶକଙ୍କ ଦ୍ଵାରା ପ୍ରଶଂସିତ ହୋଇଥିବା ଏହି ଚଳଚ୍ଚିତ୍ର ଏବେ ଓସ୍କାର-୨୦୨୩ ଦୌଡ଼ରେ ସାମିଲ ହୋଇଛି ବୋଲି ଫିଲ୍ମର ନିର୍ମାତା ଅଭିନେତା ରିଷଭ ଶେଟ୍ଟୀ ସୂଚନା ଦେଇଛନ୍ତି।

ବାହୁବଳି, କେଜିଏଫ୍‌, ଆର୍‌ଆର୍‌ଆର୍ ଓ ପୁଷ୍ପା ଭଳି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର କାନ୍ତାରା ସାଧାରଣ ଦର୍ଶକଙ୍କ ସମେତ ବିଶିଷ୍ଟ ରାଜନେତା, କ୍ରିଡାବିତ ଓ ସାହିତ୍ଯିକ ମହଲରେ ବିଶେଷ ଆଦୃତ ହୋଇଛି ।

Leave A Reply

Your email address will not be published.