ଚୀନରେ କୋଭିଡର ଯେଉଁ ନୂଆ ବିଏଫ୍ ୭ ଭାରିଏଣ୍ଟ ବେଜିଂ ସମେତ ଅନ୍ୟ ସହର ଗୁଡିକରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି , ତାହାର ୪ଟି ମାମଲା ଭାରତରେ ଦେଖିବାକୁ ମିଳିଛି। ଏହି ନୂଆ ଭାରିଏଣ୍ଟ ଦ୍ଵାରା ଗୁଜରାଟରେ ୩ ଜଣ ଓ ଓଡିଶାରେ ଜଣେ ଆକ୍ରାନ୍ତ ହୋଇଥିବା ବାୟୋଟେକ୍ନଲୋଜୀ ରିସର୍ଚ୍ଚ ସେଣ୍ଟର ସୂତ୍ରରୁ ଜଣାପଡିଛି। ଗହଳି ସ୍ଥାନକୁ ଗଲେ ମାସ୍କ ବ୍ଯବହାର କରିବାକୁ ଓ କୋଭିଡ଼ ପ୍ରତିଶେଧକ ଆଚରଣ ଅନୁପାଳନ କରିବାକୁ ନିର୍ଦେଶନାମା ଜାରି କରିଛି ରାଜ୍ୟ ସ୍ଵାସ୍ଥ୍ୟ ନିର୍ଦେଶାଳୟ।