ପାତ୍ରପୁରରେ ଗୋଷ୍ଠୀ ସଂଘର୍ଷ : ୧ ମୃତ ୨ ଆହତ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ସାଆଁତିଆ ପାଲିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତବ୍ଯକ୍ତି ଆମ୍ବଗାଁର ଏମ ରାମାରାଓ ଏବଂ ଦୁଇ ଗୁରୁତର ଆହତ ବ୍ଯକ୍ତି ଏମ କ୍ରିଷ୍ଣାରାଓ ଓ ଏମ ଲାଚେୟା ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି।

ପଞ୍ଚାୟତ କାର୍ଯ୍ଯାଳୟରେ ଚାଉଳ ବଣ୍ଟା ଯାଉଥିବା ବେଳେ ପୂର୍ବ ଶତୃତା କାରଣରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାଯାଇଛି।

Leave A Reply

Your email address will not be published.