ବଲିଉଡ ଗାୟକଙ୍କ ଉପରେ ବୋତଲମାଡ

କର୍ଣ୍ଣାଟକର ହାମ୍ପିରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ବଲିଉଡର ଲୋକପ୍ରିୟ ଗାୟକ କୈଲାଶ ଖେର୍‌ଙ୍କ ଉପରେ ଆକ୍ରମଣ ହୋଇଛି। ଲାଇଭ୍‌ କନ୍‌ସର୍ଟ ଚାଲୁଥିବା ବେଳେ ତାଙ୍କ ଉପରକୁ ବୋତଲ ଫିଙ୍ଗିଛି ଆକ୍ରମଣକାରୀ।

ପୋଲିସ ସଙ୍ଗେ ସଙ୍ଗେ ଆକ୍ରମଣକାରୀକୁ କାବୁକରି ଗିରଫ କରିଛି। କନ୍ନଡ଼ ଗୀତ ବଦଳରେ ହିନ୍ଦୀରେ ସଙ୍ଗୀତ ପରିବେଷଣ କରିଥିବାରୁ ଖେରଙ୍କ ଉପରେ ଆକ୍ରମଣ କରାଯାଇଥିବା କୁହାଯାଉଛି।

ବିଜୟନଗର ଜିଲ୍ଲା ହେବା ପରେ ସେଠାରେ ଏହି ୩ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ଏଥିରେ ବଲିଉଡ ଓ କନ୍ନଡ ଚଳଚ୍ଚିତ୍ର ଜଗତର ବହୁ ଲୋକପ୍ରିୟ କଳାକାର ଭାଗ ନେଇଥିଲେ। କନ୍ନଡ କଣ୍ଠଶିଳ୍ପୀ ଅଜର୍ଜନ୍‌, ଜାନ୍ୟା, ବିଜୟ ପ୍ରକାଶ, ରଘୁ ଦିକ୍ଷୀତ ଓ ଅନନ୍ୟା ଭଟ୍ଟ ପ୍ରମୁଖଙ୍କ ସମେତ ବଲିଉଡର ଅରମାନ ମଲ୍ଲିକ ଓ କୈଲାଶ ଖେର ଇତ୍ୟାଦି ଏହି ଉତ୍ସବରେ ସଙ୍ଗୀତ ପରିବେଷଣ କରିଥିଲେ।

Leave A Reply

Your email address will not be published.