ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ

ଆଜି ସକାଳେ ଝାରସୁଗୁଡା ଗାନ୍ଧୀ ଛକ ନିକଟରେ ଆତତାୟୀ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଗୁଳିମାଡର ଶୀକାର ହୋଇଥିବା ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ହସ୍ପିଟାଲ ସୂତ୍ରରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସେଠାରେ ସେ ନିଜ କାରରୁ ବାହାରୁ ବାହାରୁ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା, ୨ ରାଉଣ୍ଡ ଗୁଳି ତାଙ୍କ ବକ୍ଷବିଦ୍ଧ କରିଥିଲା। ପ୍ରଥମେ ତାଙ୍କୁ ଝାରସୁଗୁଡାର ଏକ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା, ପରେ ତାଙ୍କୁ ଏଆରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା।ଡାକ୍ତରମାନଙ୍କର ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ।

Leave A Reply

Your email address will not be published.