ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

ଆଜି ଦିନ ୧୨.୧୫ ମିନିଟ ସମୟରେ ବ୍ରଜରାଜନଗର ଠାରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ହୋଇଛି। ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ କଡା ପୋଲିସ ସୁରକ୍ଷା ଭେଦକରି ଅଜଣା ଆତତାୟୀ ୫ ରାଉଣ୍ଡ ଗୁଳି ଚଳାଇଥିବା ବେଳେ, ଗୋଟିଏ ଗୁଳି ଶ୍ରୀ ଦାସଙ୍କ ଛାତିରେ ବାଜିଥିଲା। ଏହି ଆତତାୟୀ ଜଣକ ଜଣେ ପୋଲିସ ଏଏସଆଇ ଗୋପାଳ ଦାସ ବୋଲି କୁହାଯାଇଛି। ତାଙ୍କୁ ସାଙ୍ଗେ ସାଙ୍ଗେ ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିଲା, ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Leave A Reply

Your email address will not be published.