ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ଵାସ୍ଥ୍ୟ ବିଭାଗ

ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ୱ ପ୍ରଦାନ କରିଛନ୍ତି।

ଗତକାଲି ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ମନ୍ତ୍ରୀ ନବ ଦାସଙ୍କ ଉପରକୁ ପୋଲିସ ଏଏସଆଇ ଗୋପାଳ ଦାସ ଗୁଳିମାଡ଼ କରିଥିଲେ। ମନ୍ତ୍ରୀଙ୍କ ଛାତିରେ ଦୁଇଟି ଗୁଳି ବାଜିଥିଲା, ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା ଓ ପରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରି ଅଣାଯାଇଥିଲା।

ଆପୋଲ ହସ୍ପିଟାଲ୍‌ରେ ଚିକତ୍ସାଧୀନ ଅବସ୍ଥାରେ ଶ୍ରୀ ଦାସଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.