ଆଜି ସରିବ କଂଗ୍ରେସର ଭାରତ ଯୋଡୋ ଯାତ୍ରା

କଂଗ୍ରେସର ଐତିହାସିକ ଭାରତ ଯୋଡ଼ୋ ଯାତ୍ରା ଆଜି ଶ୍ରୀନଗରରେ ଶେଷ ହେବ, ୧୪୫ ଦିନ ଧରି ଜାରି ରହିଥିବା ଏହି ଯାତ୍ରା ୧୨ ରାଜ୍ୟ ମଧ୍ୟ ଦେଇ ୪୦୮୦ କିଲୋମିଟର ପଥ ଅତିକ୍ରମ କରିଛି। ଶ୍ରୀନଗରର ଶେର ଇ କାଶ୍ମୀର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାର ଏହି ସମାପନ ଉତ୍ସବରେ ୧୨ ବିରୋଧୀ ଦଳର ନେତା ଯୋଗଦେବେ ।

କାର୍ଯ୍ୟକ୍ରମକୁ ୨୧ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି, ମାତ୍ର ସୁରକ୍ଷା କାରଣ ଦର୍ଶାଇ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଟିଡିପି ଭଳି କିଛି ଦଳ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ଜଣାଇଛନ୍ତି।

ଗତକାଲି ଶ୍ରୀନଗରର ଲାଲ୍‌ଚୌକ୍‌ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

କାର୍ଯ୍ୟକ୍ରମରେ ରାହୁଲଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ନେତା ଜୟରାମ ରମେଶ, ଓମାର ଅବଦୁଲ୍ଲା, ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି ଓ ତାଙ୍କ ଝିଅ ଇଲ୍‌ତିଜା ମୁଫ୍‌ତି ଯୋଗ ଦେଇଥିଲେ।

Leave A Reply

Your email address will not be published.