୭୧ ବର୍ଷ ବୟସରେ ପର୍ବତ ଆରୋହଣ କଲେ ନାନା

ବଲିଉଡ଼ର ପାଓ୍ଵାରପ୍ଲସ୍ ନାୟକ ନାନା ପାଟକର ଏବେ ନିର୍ଦ୍ଦେଶକ ବିପୁଲ ମେହେଟ୍ଟାଙ୍କ ଏକ ମରାଠୀ ଫିଲ୍ମର ସୁଟିଙ୍ଗରେ ଉତ୍ତରାଖଣ୍ଡରେ ଅଛନ୍ତି । ସୁଟିଙ୍ଗରୁ ସମୟ ବାହାର କରି ସେ ବିପୁଲଙ୍କ ସହ ଏକ ପର୍ବତ ଆରୋହଣ କରୁଥିବାର ଭିଡିଓ ଏବେ ନାନାଙ୍କ ଫ୍ଯାନ୍ ମହଲରେ ଭାଇରାଲ ହୋଇଛି। ଉଭୟ ନାନା ଓ ବିପୁଲ୍ ଟୋପି ଓ ସ୍ଵେଟରରେ ନିଜକୁ ସମ୍ପୂର୍ଣ୍ଣ ଆବୃତ ରଖି କଥା ହେଉଥିବା ଓ ଥଣ୍ଡାରେ ଥରୁଥିବା ଭିଡିଓରେ ଦେଖିବାକୁ ମିଳିଛି ! ୭୧ ବର୍ଷ ବୟସରେ ପର୍ବତ ଚଢି ଖୁବ ଖୁସି ଅନୁଭବ କରୁଛନ୍ତି ନାନା ପାଟକର !

Leave A Reply

Your email address will not be published.