ଭାରତରେ କ୍ଷୁଧାର ତାଡନା ସଂଗୀନ

ଭୋକିଲା ଲୋକଙ୍କ ଦେଶ ପାଲଟିଛି ଭାରତ, ଆୟରଲାଣ୍ଡର ‘କନସର୍ଣ ଓ୍ଵାର୍ଲ୍ଡଓ୍ଵାଇଡ’ ଓ ଜର୍ମାନୀର ‘ଓ୍ଵେଲ୍ଟ ହଙ୍ଗର’ ସଂସ୍ଥା ଦ୍ଵାରା କରାଯାଇଥିବା ମିଳିତ ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ କ୍ଷୁଧାର ତାଡନା ଅତ୍ଯନ୍ତ ସଂଗୀନ ! ୧୨୧ ଦେଶ ମଧ୍ୟରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ୧୨୬ ଦେଶ ତଳେ ୧୨୭ ନମ୍ବରରେ ରହିଛି, ପାକିସ୍ତାନ ଶ୍ରୀଲଙ୍କା ଓ ନେପାଳଠାରୁ ମଧ୍ୟ ଭାରତର ସ୍ଥିତି ଖରାପ। ୨୦୧୪ ପରଠାରୁ ଭାରତରେ କ୍ଷୁଧାର ତାଡନା କ୍ରମାଗତ ଭାବେ ବଢୁଥିବା କୁହାଯାଇଛି ଏହି ରିପୋର୍ଟରେ। ଗତବର୍ଷ ୧୧୬ ଦେଶ ମଧ୍ୟରେ ଭାରତ ୧୦୧ ନମ୍ବରରେ ଥିଲା ।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ କହିଛନ୍ତି ଯେ ଭାରତରେ ୨୨.୪ କୋଟି ଲୋକ ସୁଷମ ଖାଦ୍ୟ ଖାଇବାକୁ ପାଉନାହାନ୍ତି, ପ୍ରଧାନମନ୍ତ୍ରୀ କ୍ଷୁଧା କୁପୋଷଣ ଆଦି ମୂଳ ସମସ୍ୟା ଉପରେ ଧ୍ଯାନ ଦେବା ଦରକାର ।

Leave A Reply

Your email address will not be published.