ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବାକୁ ଆଜି ସକାଳୁ ସାମାଜିକ ଗଣମାଧ୍ୟମରେ ଜୋରଦାର ଦାବି ହେଉଛି।
ଏହା ପଛରେ ଥିବା କାରଣ ସମ୍ପର୍କରେ ମିଳିଥିବା ସୂଚନାରୁ ଜଣା ପଡିଛି ଯେ ପୂର୍ବ ଅଧିନାୟକ ବିରାଟ କୋହଲି ଓ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରୁ କିଏ ଭଲ ବ୍ଯାଟସମ୍ଯାନ – ତାହାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଶେଷରେ କଥା କଟାକଟି ଓ ବାଦବଚସା ଏପରି ଭୟଙ୍କର ରୂପ ନେଇଥିଲା ଯେ କୋହଲିଙ୍କ ଫ୍ଯାନ୍ ଶର୍ମାଙ୍କ ଫ୍ଯାନଙ୍କୁ ହତ୍ଯା କରିଦେଇଥିଲେ। ଘଟଣାଟି ଘଟିଛି ତାମିଲନାଡୁରେ। ପୋଲିସ କୋହଲିଙ୍କ ଫ୍ଯାନ୍ ୨୧ ବର୍ଷୀୟ ହତ୍ଯାକାରୀ ଯୁବକଙ୍କୁ ଗିରଫ କରିଛି।