ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନୋଟିସ୍, ଟ୍ୟାକ୍ସ ଭରିନଥିବା ଅଭିଯୋଗ

ବଢ଼ିଲା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଡ଼ୁଆ। ଟ୍ୟାକ୍ସ ଦାଖଲ କରିନଥିବାରୁ ଐଶ୍ୱର୍ଯ୍ୟାଙ୍କୁ ନୋଟିସ୍ କରାଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, ନାସିକରେ ଐଶ୍ୱର୍ଯ୍ୟାଙ୍କର କିଛି ଜାଗା ଅଛି। କିନ୍ତୁ ସେ ଏକ ବର୍ଷ ଧରି ଟ୍ୟାକ୍ସ ପଇଠ କରିନାହାନ୍ତି। ଟ୍ୟାକ୍ସ ବାବଦକୁ ଅଭିନେତ୍ରୀଙ୍କୁ ପ୍ରାୟ ୨୧ ହଜାର ୯୬୦ ଟଙ୍କା ଦେବାକୁ ଅଛି। ଏହି କାରଣରୁ ନାସିକର ତହସିଲଦାର ଐଶ୍ୱର୍ଯ୍ୟା ରାୟଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସ୍ ଜାନୁଆରୀ ୯ ତାରିଖରେ ଐଶ୍ୱର୍ଯ୍ୟା ରାୟଙ୍କୁ ଦିଆଯାଇଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.