ଯୌନ କଳା ବଜାରୀ କରି ଓଡ଼ିଶାରେ ଚହଳ ପକାଇଥିବା ଅର୍ଚ୍ଚନା ନାଗଙ୍କ ସୁନ୍ଦରୀ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଅଗ୍ରିମ ଜାମିନ ଆବେଦନକୁ ଆଜି ଓଡିଶା ହାଇକୋର୍ଟ ନାମଞ୍ଜୁର କରି ଦେଇଛନ୍ତି । ପୂର୍ବରୁ ନିଜର ନିରାପତ୍ତା ପାଇଁ ଶ୍ରଦ୍ଧାଞ୍ଜଳି କୋର୍ଟର ଦ୍ୱାରସ୍ଥ ହୋଇଥିଲେ, ଏହାକୁ ଖାରଜ କରି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଧେଶାଳୟର ତଦନ୍ତରେ ସହଯୋଗ କରିବାକୁ ନିର୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ । ଅର୍ଚ୍ଚନା ନାଗ ନିଜର ଯୌନ କଳାବଜାରୀରୁ ଅର୍ଜନ କରୁଥିବା ବିପୁଳ ପରିମାଣ ଟଙ୍କାରୁ ବେଶ ମୋଟା ଅଙ୍କର ଅର୍ଥ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିବା ଇଡି ତଦନ୍ତରୁ ଜଣାପଡିଥିଲା । ଇଡି ପକ୍ଷରୁ ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ, କାରବାରର ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ମନି ଲଣ୍ଡ୍ରିଙ୍ଗ ଆକ୍ଟରେ ମାମଲା ରୁଜୁ କରାଯାଇଛି ।