ଓଡିଶା ଆସୁଛି ବିଜୁବାବୁଙ୍କ ଡାକୋଟା

ଆଜି କଲିକତାରୁ ଓଡ଼ିଶା ଆସିଥାଆନ୍ତା ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ। ମାତ୍ର କୁହୁଡି ଓ ଖରାପ ପାଗ ଯୋଗୁଁ ଏହା ସାମାନ୍ୟ ବିଳମ୍ବିତ ହୋଇଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଯତ୍ନ ଅବସ୍ଥାରେ ଥିବା ଏହି ବିମାନକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅଣାଯିବା ପରେ ଏହାକୁ ବିମାନବନ୍ଦର ପ୍ରବେଶ ପଥରେ ସୁଦୃଶ୍ୟ ମଞ୍ଚ ଉପରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ।
ବିଜୁବାବୁଙ୍କ ଜୀବନରେ ଏହି ଡାକୋଟା ବିମାନ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା। ୧୯୪୭ ଜୁଲାଇ ୨୧ରେ ବିଜୁବାବୁ ଏହି ବିମାନରେ ତତ୍କାଳୀନ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କୁ ଡଚମାନଙ୍କ କବଳରୁ ଉଦ୍ଧାର କରି ଭାରତ ଆଣିଥିଲେ। ଏପରି ସାହସିକତା ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ସମ୍ମାନରେ ଭୂଷିତ କରାଯାଇଥିଲା।

Leave A Reply

Your email address will not be published.