ଆମେରିକାରେ ଅଭାବିତ ଘଟଣା : ପେଲୋସିଙ୍କ ସ୍ୱାମୀଙ୍କୁ ଆକ୍ରମଣ

ଆମେରିକାରେ ଘଟିଯାଇଛି ଏକ ଅଭାବିତ ଘଟଣା, ହାଉସ ଅଫ ରିପ୍ରେଜେଣ୍ଟେଟିଭସର ବାଚସ୍ପତି ନାନସି ପେଲୋସ୍କିଙ୍କ ସ୍ୱାମୀକୁ ତାଙ୍କ ସାନଫ୍ରାନସିସକୋ ଘରେ ପଶି ଜଣେ ଦୁର୍ବୁତ୍ତ ହାତୁଡ଼ିରେ ପ୍ରହର କରି ଗୁରୁତର ଆହତ କରିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି । ଦୁର୍ବୁତ୍ତ ଜଣକ ଘରେ ପଶି ନାନସି କୋଉଠି ବୋଲି ଚିତ୍କାର କି ପ୍ରଶ୍ନ କରିଥିଲା ଓ ତାଙ୍କ ସ୍ୱାମୀ ପଲଙ୍କୁ ପାଇ ତାଙ୍କ ଉପରେ ଆକ୍ରମଣ କରିଥିଲା । 82 ବର୍ଷୀୟ ନାନସି ଆମେରିକାର ଜଣେ ଅତ୍ୟନ୍ତ କ୍ଷମତାଶାଳୀ ନେତ୍ରୀ, 1987 ମସିହାରୁ ସେ ଆମେରିକା କଂଗ୍ରେସରେ ସାନଫ୍ରାନସିସକୋକୁ ପ୍ରତିନିଧିତ୍ବ କରିଆସୁଛନ୍ତି । ସେ 4ଥର ହାଉସ ଅଫ ରିପ୍ରେଜେଣ୍ଟେଟିଭସର ବାଚସ୍ପତି ହୋଇଛନ୍ତି ।

Leave A Reply

Your email address will not be published.