କଙ୍ଗନାଙ୍କ ପାଇଁ ବିଜେପିର ଦ୍ଵାର ଖୋଲା : ନଡ୍ଡା

ରାଜନୀତିରେ ଯୋଗଦେବା ପାଇଁ ଇଛା ପ୍ରକାଶ କରିଛନ୍ତି ବଲିଉଡ଼ର ବିବାଦିନୀ ନାୟିକା କଙ୍ଗନା ରଣାଓ୍ଵତ, ୨୦୨୪ରେ ହିମାଚଳ ପ୍ରଦେଶରୁ ବିଜେପି ଟିକଟରେ ନିର୍ବାଚନ ଲଢିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି ।

ତାଙ୍କର ଏହି ଅଭିଳାଷକୁ ସ୍ଵାଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵ ପ୍ରତି ଆସ୍ଥା ପ୍ରକଟ କରୁଥିବା ସମସ୍ତଙ୍କ ପାଇଁ ଦଳର ଦ୍ଵାର ଖୋଲାଅଛି। କଙ୍ଗନାଙ୍କ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ ଦଳର ସଦସ୍ଯତା ଗ୍ରହଣ କରିବା ପରେ ତାଙ୍କୁ କି ଦାୟିତ୍ୱ ଦିଆଯିବ, ତାହା ଦଳ ପକ୍ଷରୁ ସ୍ଥିର କରାଯିବ; ନିର୍ବାଚନରେ ପ୍ରାର୍ଥିନୀ କରାଯିବା ବିଷୟରେ ପାର୍ଲ୍ଯାମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ।

ଏକ ଟେଲିଭିଜନ ସାକ୍ଷାତକାରରେ କଙ୍ଗନା ନିଜର ଏହି ରାଜନୈତିକ ଇଛା ବ୍ଯକ୍ତ କରିବା ସମୟରେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜେରିବାଲଙ୍କୁ କଟୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ

Leave A Reply

Your email address will not be published.