ସ୍କୁଲ ଭିତରେ ପୁଣି ଫୁଟିଲା ଗୁଳି, ଟଳି ପଡିଲେ ୭

ଆମେରିକର ଏକ ସ୍କୁଲ ଭିତରେ ଆଖିବୁଜା ଗୁଳିକାଣ୍ଡ ଘଟାଇଛି ଆକ୍ରମଣକାରୀ, ନ୍ୟାଶଭିଲ ଖ୍ରୀଷ୍ଟିଆନ ସ୍କୁଲରେ ଜଣେ ସନ୍ଦିଗ୍ଧ ଯୁବତୀ ଏହି ଗୁଳିକାଣ୍ଡ କରିଛି।

ଏଥିରେ ୩ ଛାତ୍ର ସମତେ ୭ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଗୁରୁତର ଆହତ ହୋଇଛନ୍ତି, ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସାଇଡ କବାଟ ଦେଇ ସ୍କୁଲ ବିଲ୍ଡିଂ ଭିତରକୁ ପ୍ରବେଶ କରିବା ପରେ ଗୁଳିମାଡ କରିବା ଆରମ୍ଭ କରିଦେଇଥିଲା ସଂଦିଗ୍ଧ ଆକ୍ରମଣକାରୀ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ପରେ ସନ୍ଦିଗ୍ଧ ମହିଳାଙ୍କୁ ସ୍କୁଲର ଦ୍ୱିତୀୟ ମହଲାରେ ଘେରିଥିଲା। ପୋଲିସ ସହ ଗୁଳି ବିନିମୟରେ ମହିଳାଜଣକର ମୃତ୍ୟୁ ହୋଇଥିବା କୁହାଯାଇଛି।

Leave A Reply

Your email address will not be published.