ରାଗିଙ୍ଗ : ବେକରେ ଓଢଣି ଲଗାଇ ଝୁଲିପଡିଲେ ଇଂଜିନିୟରିଂ ଛାତ୍ରୀ

ଯାଜପୁର ରଗଡ଼ିରେ ଥିବା ସରକାରୀ ପଲିଟେକ୍ନିକ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ୩ୟ ବର୍ଷ ଛାତ୍ରୀ ରୋଜାଲିନ ପାତ୍ର ଛାତ୍ରୀନିବାସର ନିଜ ରୁମରେ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

ରୋଜାଲିନଙ୍କ ଘର ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷଣ୍ଢପୁର ଗାଁରେ ବୋଲି ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ନିର୍ଦ୍ଦିଷ୍ଟ ଭାବେ ଜଣାପଡି ନଥିଲେ ମଧ୍ୟ, ସାଙ୍ଗମାନଙ୍କ ବାରମ୍ବାର ରାଗିଙ୍ଗରେ ଅତିଷ୍ଠ ହୋଇ ରୋଜାଲିନ ଏପରି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.