ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନର ଜଗଦଲପୁର ଥାନା ଅଞ୍ଚଳରେ ଡ୍ୟୁଟିରେ ଥିବା ଜଣେ ସିଆରପିଏଫ ଯବାନ ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆତ୍ମହତ୍ୟା କରିଥିବା ପଶ୍ଚିମବଙ୍ଗର ଏହି ଜବାନଙ୍କ ନାମ ପ୍ରସନ୍ନଜିତ ପାଳ, ଗତକାଲି ରାତି ୧୦ଟାରୁ ସେ ସୁରକ୍ଷା ଟାଓ୍ଵାର ଡ୍ଯୁଟିରେ ଥିଲେ। ନିଜକୁ ଗୁଳିମାରିବା ପରେ ତାଙ୍କ ସହଯୋଗୀମାନେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିଥିଲେ, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର କାରଣ ଜଣାପଡିନାହିଁ।