ଗାଜାର ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ, ୨୮ ଜଣ ଜୀବନ୍ତ ଦଗ୍ଧ

ଗାଜା ସହରର ଜାବାଲିଆ ଶରଣାର୍ଥୀ ଶିବିର ହଉଚି ବିଶ୍ବର ସବୁଠୁ ଅଧିକ ଜନବହୁଳ ଅଞ୍ଚଳଗୁଡ଼ିକ ମଧ୍ୟରୁ ଗୋଟିଏ । ଏହି ଶିବିରରେ ୨.୩ ନିୟୁତ ଜନତା ବାସ କରନ୍ତି। ଗତ ଗୁରୁବାର ଦିନ ଜାବାଲିଆ ଶରଣାର୍ଥୀ ଶିବିରର ଗୋଟାଏ ଜନଗହଳି ଭରା ଅଟ୍ଟାଳିକାରେ ନିଆଁ ଲାଗି ୨୮ ଜଣ ମୃତ୍ୟୁ ବରଣ କରିଛନ୍ତି । ଯୋଉଥିରେ ୭ଜଣ ପିଲାଙ୍କ ସମେତ ଅନ୍ୟୂ ୨୧ଜଣ ବ୍ୟକ୍ତି ନିଆଁରେ ପୋଡିହୋଇ ମୃତ୍ୟୁ କରିଥିବା ସୂଚନା ମିଳିଛି । ‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, ସେ ଅଞ୍ଚଳରେ ବହୁତ କମ ସମୟ ବିଜୁଳି ଆସୁଥିବାରୁ ସେଠାରେ ବସବାସ କରୁଥିବା ଅନେକ ପରିବାର ଜେନେରେଟର୍‌ ଚଳାଇବା ଲାଗି ଗ୍ୟାସୋଲିନ୍‌ ଓ ଡିଜେଲ୍‌ ଗଚ୍ଛିତ ରଖିଥାଆନ୍ତି। ଯାହା ଏହି ଅଗ୍ନିକାଣ୍ଡକୁ ଭୟଙ୍କର କରାଇଥିଲା। ଆଖି ଆଗରେ ଆତ୍ମୀୟ ମାନଙ୍କ ଚିତ୍କାର ଦେଖି ଭଗବାନ ଙ୍କୁ ପାର୍ଥନା ଛଡା ଅନ୍ୟ କିଛି ବାଟ ବାଟ ନଥିଲା ଲୋକମାନଙ୍କ ପାଖରେ । ଚାରି ତାଲା ବିଶିଷ୍ଟ ଅଟାଳିକାର ପାଲେଷ୍ଟେନୀୟ ଅଥରିଟି ପ୍ରେସିଡେଣ୍ଟ୍‌ ମହମ୍ମଦ୍‌ ଆବ୍ବାସ୍‌ ଏହି ଅଘଟଣକୁ ଜାତୀୟ ଦୁର୍ବିପାକ କହିବା ସହିତ ମୃତ ଲୋକମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦିନ ଶୋକ ଘୋଷଣା କରିଛନ୍ତି ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

Leave A Reply

Your email address will not be published.