ନିର୍ଦ୍ଧିଷ୍ଟ ନାଁ ନନେଇ ସିଧା ଟାର୍ଗେଟ କଲେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୋ ମନି ଫର ଟେରର ସମ୍ମିଳନୀକୁ ଉଦଘାଟନ କରି ଆତଙ୍କବାଦୀଙ୍କ କାର୍ଯ୍ୟ ମାନବିକତା ପାଇଁ କେତେ ମାରାତ୍ମକ ସେ ନେଇ ସ୍ପଷ୍ଟ ଶବ୍ଦରେ ତାଙ୍କର ବିଚାର ରଖିଲେ ।

ସେ କହିଛନ୍ତି ଯେ ଆମ ଦେଶ ସେତେବେଳ ଠାରୁ ଆତଙ୍କବାଦର ମୁକାବିଲା କରୁଛି ଯେତେବେଳେ କେହି ଆତଙ୍କବାଦକୁ ଗୁରୁତ୍ୱର ସହ ନେଉ ନ ଥିଲେ।

ସବୁ ରାଷ୍ଟ୍ର ଯଦି ମିଳିମିଶି ଆତଙ୍କବାଦୀ ବିରୁଦ୍ଧରେ ଏକାଠି ହୁଅନ୍ତି ଆତଙ୍କବାଦକୁ ସମୁଳେ ବିନାଶ କରିହବ 450 ପ୍ରତିନିଧି ଯୋଗ ଦେଇଥିବା ବିଶ୍ୱର ଏହି ଗୁରୁତ୍ୱପୂର୍ଣ ସମିଳନୀରେ ପଡୋଶୀ ଦେଶ ପାକିସ୍ତାନକୁ ନିମନ୍ତ୍ରଣ ମଧ୍ୟ ଦିଆଯାଇ ନାହିଁ ।

ସେ ମଧ୍ୟ କହିଥିଲେ କିଛି ରାଷ୍ଟ୍ର ମନାକର ସମ୍ପୂର୍ଣ ସମର୍ଥନ ସହ ଆତଙ୍କବାଦୀ ମାନେ ସମ୍ପୂର୍ଣ ଜଡିତ।

ଏଭଳି ଦେଶ ମାନେ ଆତଙ୍କବାଦୀ ସଂଗଠନ ଗୁଡିକୁ ରାଜନୈତିକ, ବୈଚାରିକ ଓ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ପ୍ରଧାନମନ୍ତ୍ରୀ ମୋଦି ଟେରର ଫଣ୍ଡିଂକୁ ସଂଗଠିତ ଅପରାଧ ବୋଲି ଅଭିହିତ କରିଛନ୍ତି ।

ଆତଙ୍କବାଦୀ ମାନେ ଏବେ କିଛି ଟେକ୍ନୋଲୋଜି ସାହାଯ୍ୟରେ କାମ କରୁଛନ୍ତି

ପ୍ରଧାନମନ୍ତ୍ରୀ ମୋଦି କହିଚ୍ଛନ୍ତି ଏଭଳି ପରିସ୍ଥିରେ ସେହି ଟେକ୍ନୋଲୋଜି ସହାୟତା ରେ ଏହି ଆତଙ୍କ ସମୂଳେ ବିନାଶ କରି ହବ ।

ରାଷ୍ଟ୍ରରେ ଆତଙ୍କୀମାନଙ୍କ କାର୍ଯ୍ୟ କଳାପ ବୃଦ୍ଧିପାଇବା ଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ପ୍ରଭାବିତ କରିଥାଏ ଏହା ଦ୍ୱାରା ପର୍ଯ୍ୟଟନ ଓ ବ୍ୟବସାୟ ବାଣିଜ୍ୟ ଉପରେ ପ୍ରଭାବିତ ହୋଇଥାଏ।

ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ସବୁବେଳେ ଭୟ ଓ କଷ୍ଟରେ ଜୀବନ ବିତେଇଥାନ୍ତି ।

Leave A Reply

Your email address will not be published.