ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜରେ ଜଣେ ପ୍ରଥମ ବର୍ଷର ଛାତ୍ରୀ ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି । କିଛି ଦ୍ୱିତୀୟ ବର୍ଷର ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହିତ ଏକୁଟିଆ ରାସ୍ତାରେ ପିଛା କରିବା, କ୍ଲାସ ଭିତରେ ପସି ଛତ୍ରୀ ଙ୍କୁ ରାଗିଂ କରିବା ନେଇ ଅଭିଯୋଗ ହେଇଛି। ଯଦିଓ ରାଗିଂ ନେଇ ର୍ନିଦ୍ଦିଷ୍ଟ ଭାବେ କାହା ନାମରେ ଅଭିଯୋଗ ହୋଇନି। ଏହାକୁ ଗୁରୁତର ନେବାସହିତ ଘଟଣା ସଂପର୍କରେ ଷ୍ଟାଣ୍ଡିଂ କମିଟି ସହ ଆଲୋଚନା କରି ଆକ୍ସନ ନିଆଯିବ ବୋଲି କହିଛନ୍ତି କଲେଜ କର୍ତ୍ତପକ୍ଷ । ଏହି ଘଟଣା ପୂର୍ବରୁ ବ୍ରହ୍ମପୁରରେ ଥିବା ବିନାୟକ ଆଚାର୍ଯ୍ୟ କଲେଜ ପରିସରେ ଜଣେ ଛାତ୍ରୀ ଏବଂ ଜଣେ ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗରେ ୨ ଜଣ ଗିରଫ ହେବା ସହିତ ୩ ଜଣକୁ ୧ ବର୍ଷ ଲେଖାଏଁ କଲେଜରୁ ନିଲମ୍ବିତ କରିଥିଲେ କଲେଜ କତ୍ତୃପକ୍ଷ ।