ଡିଭାଇଡରରେ ପିଟି ହୋଇ ଜଳିଗଲା ଋଷଭ ପନ୍ତଙ୍କ ଗାଡ଼ି, ଦେଖନ୍ତୁ ସିସିଟିଭି ଫୁଟେଜ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଆଗଧାଡ଼ିର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।

ଦିଲ୍ଲୀରୁ ଫେରୁଥିବା ବେଳେ ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କାର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାର ଜଳିଯାଇଛି।

ପନ୍ତଙ୍କୁ ଗୁରୁତର ଅବସ୍ଥାରେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ’ଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ତାଙ୍କୁ ଗୁରୁତର ଭାବେ ଆଘାତ ଲାଗିଥିବା କୁହାଯାଉଛି। ପନ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି। ପନ୍ତଙ୍କ ଗୋଡ଼ ଭାଙ୍ଗି ଯାଇଛି ବୋଲି ସୂଚନା ରହିଛି।

ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ପନ୍ତଙ୍କୁ ଟିମରେ ସ୍ଥାନ ମିଳିନଥିଲା। ଏହି ଦୁର୍ଘଟଣା ପରେ ପନ୍ତଙ୍କ ଅଡୁଆ ଆହୁରି ବଢିଯାଇଥିବା ଜଣାଯାଇଛି।

Leave A Reply

Your email address will not be published.