ଷ୍ଟିଙ୍ଗ ଅପରେସନ ବିବାଦ ପରେ ଇସ୍ତଫା ଦେଲେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା

ନୂଆଦିଲ୍ଲୀ: ଇସ୍ତଫା ଦେଲେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା। ଷ୍ଟିଙ୍ଗ ଅପରେସନ ବିବାଦ ପରେ ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଆଉ ବିସିସିଆଇ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ନିକଟରେ ଏକ ଚ୍ୟାନେଲ ପକ୍ଷରୁ ଷ୍ଟିଙ୍ଗ ଅପରେସନ କରାଯାଇଥିଲା। ସେଥିରେ ଚେତନ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା କହିଥିଲେ। ଏମିତିକି ଅନେକ ଖେଳାଳୀ ଫିଟ୍ ରହିବାକୁ ଇଞ୍ଜେକସନ ନେଉଥିବା ମଧ୍ୟ ସେ କହିଥିଲେ। ସେହିଭଳି ବିରାଟ ଓ ରୋହିତଙ୍କୁ ନେଇ ମଧ୍ୟ ସେ ବଡ ବୟାନ ଦେଇଥିଲେ।

ସେ କହିଥିଲେ, ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ମ୍ୟାନେଜମେଣ୍ଟ ଚାହୁଁଥିଲା। ଏଥିସହ ରୋହିତ ଶର୍ମା ଅଧିନାୟକ ଥିଲେ ବି ସବୁ କିଛି ବିରାଟଙ୍କ ଅନୁସାରେ ଚାଲୁଥିବା ଚେତନ କହିଥିଲେ। ସେହିଭଳି ରୋହିତଙ୍କୁ ଆଉ ଟି-୨୦ କ୍ରିକେଟରେ ସୁଯୋଗ ମିଳିବନି ଓ ଗାଙ୍ଗୁଲି ଏବଂ କୋହଲିଙ୍କ ମଧ୍ୟରେ ସବୁ କିଛି ଠିକ ଚାଲିନଥିବା କହିଥିଲେ ଚେତନ। ଏହି ଘଟଣାକୁ ନେଇ ବିସିସିଆଇ ମଧ୍ୟ ଚେତନଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲା।

Leave A Reply

Your email address will not be published.